ଦେଶ ବିଦେଶ ମନୋରଞ୍ଜନ

ସଙ୍ଗରୋଧରେ ରଣବୀର

ବି-ଟାଉନ୍‌ର ଅନ୍ୟତମ ଭେଟେରାନ୍ ତାରକା ରଣବୀର କପୁର କିଛି ଦିନ ତଳେ କରୋନା ସଂକ୍ରମିତ ହୋଇ ଅସୁସ୍ଥ ହୋଇଥିବା ଖବର ସାମ୍‌ନାକୁ ଆସିଥିଲା। ମାତ୍ର ଏନେଇ ନିଜେ ରଣବୀର, ପରିବାରଲୋକ କିମ୍ବା ବଲିଉଡ୍‌ର କୌଣସି କଳାକାର ସୂଚନା ନ ଦେବାରୁ ଖବରର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମାତ୍ର ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରଣବୀରଙ୍କ ମା’ ନିତୁ କପୁର ମୁହଁ ଖୋଲିଛନ୍ତି। ରଣବୀର କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ସେ ଏବେ ଘରେ ସଂଗରୋଧରେ ରହିଛନ୍ତି ବୋଲି ନିତୁ କହିଛନ୍ତି। ଏହାସହ ସେ ରଣବୀରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ରଣବୀରଙ୍କ ଚଳିତବର୍ଷ ଦୁଇଟି ଚଳଚ୍ଚିତ୍ର ‘ସମ୍‌ସେରା’ ଓ ‘ବ୍ରହ୍ମାସ୍ତ୍ର’ ମୁକ୍ତିଲାଭ କରିବ ବୋଲି ଚର୍ଚ୍ଚା ହେଉଛି। ‘ସମ୍‌ସେରା’ ୨୫ ଜୁନ୍‌ରେ ମୁକ୍ତିଲାଭ କରିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ବ୍ରହ୍ମାସ୍ତ୍ର ପାଇଁ ତାରିଖ ଘୋଷଣା କରାଯାଇନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ