ରାଜ୍ୟ ସ୍ପେଶାଲ ରିପୋର୍ଟ

ସଙ୍କଟରେ ଆର୍ଦ୍ରଭୂମି: ପଟୁରେ ପୋତିହେଉଛି ଚିଲିକା, ଚିନ୍ତା ବଢ଼ାଉଛି ଚିଙ୍ଗୁଡ଼ି ଘେରି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ପରିସଂସ୍ଥାନରେ ଆର୍ଦ୍ରଭୂମିର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅଥଚ ବିଭିନ୍ନ କାରଣରୁ ଆମ ରାଜ୍ୟର ଆର୍ଦ୍ରଭୂମିଗୁଡ଼ିକ ସଂକୁଚିତ ହେବାରେ ଲାଗିଛି। ପ୍ରଦୂଷଣ ଓ ବେଆଇନ ଚିଙ୍ଗୁଡ଼ି ଘେରିର ବିଷ ବଳୟରେ ରୁନ୍ଧି ହୋଇଛି ଏସିଆର ସର୍ବବୃହତ୍‌ କ୍ଷାରୀୟ ଜଳ ବିଶିଷ୍ଟ ଆର୍ଦ୍ରଭୂମି ଚିଲିକା। ଫଳରେ ଚିଲିକାର ଆର୍ଦ୍ରଭୂମି ଆୟତନ ଧୀରେଧୀରେ ହ୍ରାସ ପାଇବା ସହ ଜୀବଜଗତର ଏହି ମୂଲ୍ୟବାନ ପ୍ରାକୃତିକ ସମ୍ପଦ ପ୍ରତି ବିପଦ ସୃଷ୍ଟି ହୋଇଛି। ୩୫.୭ କିଲୋମିଟର ଦୀର୍ଘ ଗଙ୍ଗୁଆ ନାଳ ଜରିଆରେ ଦୟା ମଧ୍ୟ ଦେଇ ଚିଲିକାରେ ପ୍ରଦୂଷିତ ଜଳ ସହ ଗଦାଗଦା ପ୍ଲାଷ୍ଟିକ୍‌ ମିଶିବା ଫଳରେ ଜୈବ ବିବିଧତା ନଷ୍ଟ ହେଉଛି। ସଚେତନତା ଅଭାବରୁ ଦୈନିକ ଟନ୍‌ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ଚିଲିକାକୁ ପ୍ରବେଶ କରୁଛି। ପରିବେଶବିତ୍‌ଙ୍କ କହିବା ମୁତାବକ, ଆର୍ଦ୍ରଭୂମିଗୁଡ଼ିକର ଜଳଧାରଣ କ୍ଷମତା ଅଧିକ।

ଆର୍ଦ୍ରଭୂମି ଅଞ୍ଚଳରେ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ ଅଧିକ ରହିଥାଏ। ଏହି ଅଞ୍ଚଳର ବାୟୁ ପ୍ରାଣୀ ଜଗତର ସୁସ୍ଥ ଜୀବନଧାରଣ ଓ ବିଶ୍ବ ତାପମାତ୍ରାକୁ ହ୍ରାସ କରିବାର ସହାୟକ ହୋଇଥାଏ। ମାତ୍ର କାଳକ୍ରମେ ଚିଲିକାର ଆୟତନ ହ୍ରାସ ପାଇଛି। ୧୯୪୫ ମସିହାରେ ଚିଲିକାର ଆର୍ଦ୍ରଭୂମିର ଆୟତନ ୨୯୪୬ ବର୍ଗ କିଲୋମିଟର ଥିଲେ ହେଁ ଏବେ ଏହା ୧୧୬୫ କିମିରେ ସୀମିତ ରହିଛି। ମାତ୍ର ଏହାର ବାସ୍ତବ ଆୟତନ ଆହୁରି କମ୍‌ ବୋଲି କୁହାଯାଉଛି। ଚିଲିକାର ଜୈବ ବିବିଧତା ଓ ଆର୍ଦ୍ରଭୂମିର ଗୁରୁତ୍ବକୁ ଉପଲବ୍ଧି କରି ୧୯୮୧ ମସିହାରେ ଚିଲିକାକୁ ରାମସାର୍‌ ସ୍ଥଳୀ ଘୋଷଣା କରାଯାଇଥିଲା। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଆର୍ଦ୍ରଭୂମିର ଚତୁଃପାର୍ଶ୍ବରେ ବୃକ୍ଷରୋପଣ, ଚିଲିକା ଆର୍ଦ୍ରଭୂମିର ସଂରକ୍ଷଣ ପାଇଁ ୨୦୦୨ ମସିହାରେ ଆର୍ଦ୍ରଭୂମି ସଂରକ୍ଷଣ ପୁରସ୍କାର ପାଇଥିଲେ। କିନ୍ତୁ ଏବେ ଧୀରେଧୀରେ ଚିଲିକାର ଆୟତନ କମିବା ସହ ବିଭିନ୍ନ ପ୍ରଜାତିର ପ୍ରାଣୀ ବିଲୁପ୍ତ ହେବାକୁ ବସିଲେଣି।

ଚିଲିକା ପାଇଁ ବିପଦ ସାଜିଛି ବେଆଇନ ଚିଙ୍ଗୁଡ଼ି ଘେରି। ଏହା ସହିତ ପଟୁ ଜମିବା କାରଣରୁ ଆୟତନ କମୁଛି। ୨୦୧୮ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଚିଲିକାର ୯.୫କିଲୋମିଟର ଦୀର୍ଘ ମୁହାଣରେ ପଟୁ ଜମା ଉପରେ ଗବେଷଣା ହୋଇଥିବା ବେଳେ ଚିଲିକାର ଉତ୍ତର ମୁହାଣ ୯୧୯ ମିଟର ପଛକୁ ଘୁଞ୍ଚି ଆସିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ନିକଟରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଲିକା ଆର୍ଦ୍ରଭୂମିର ଜଳର ମାନ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଚିଲିକା ଉପରେ ପ୍ରତିଦିନ ଡ୍ରୋନ୍‌ କ୍ୟାମେରା ଉଡ଼ାଇ କେତେ ଅଞ୍ଚଳରେ ଚିଙ୍ଗୁଡ଼ି ଘେରି ହୋଇଛି ସେ ସମ୍ପର୍କରେ ସର୍ଭେ କରିବାକୁ ନିର୍ଦେଶ ଦିଆଯାଇଛି। ବେଆଇନ ଚିଙ୍ଗୁଡ଼ ଘେରି କରିଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ କେତେ ମାମଲା କାହା ନାମରେ ହେଲାଣି ସେ ସମ୍ପର୍କରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି।

ଖାଲି ଚିଲିକା ନୁହେଁ, ଉପକୂଳବର୍ତ୍ତୀ ଆର୍ଦ୍ରଭୂମି ବି ବିପଦରେ ରହିଛି। ଏ ନେଇ ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ପୂର୍ବଘାଟ ପର୍ବତମାଳା ପାଦଦେଶଠାରୁ ଚିଲିକା ହ୍ରଦ, ନଳବଣ ପକ୍ଷୀ ଅଭୟାରଣ୍ୟଠାରୁ ଭିତରକନିକା ହେନ୍ତାଳବଣ ଓ ପୁରୀର ବାଲୁକା ଶଯ୍ୟା ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳ ଋଦ୍ଧିମନ୍ତ। ଗୁରୁତ୍ବପୂର୍ଣ୍ଣ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ପାଇଁ ଏହା ଭଣ୍ଡାର ସଦୃଶ। କିନ୍ତୁ ଉପକୂଳ ପରିସଂସ୍ଥା ଉପରେ ବିକାଶମୂଳକ କାର୍ଯ୍ୟକଳାପର ନକରାତ୍ମକ ପ୍ରଭାବକୁ ଅଣଦେଖା କରାଯାଉଛି। ଭବିଷ୍ୟତରେ ଯଦି ସମୁଦ୍ର ପତନ ଅଧ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଏ, ତେବେ ରାଜ୍ୟର ୯୨୭ ବର୍ଗ କ‌ିଲୋମିଟର ପର୍ଯ୍ୟନ୍ତ ଆର୍ଦ୍ରଭୂମି ଅଞ୍ଚଳ ସମୁଦ୍ରରେ ଲୀନ ହୋଇପାରେ ବୋଲି ମଧ୍ୟ ସେ ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ ଚିଲିକା ପାର୍ଶ୍ବବର୍ତ୍ତୀ ଅଞ୍ଚଳବାସୀଙ୍କୁ ସଚେତନ କରିବା ସହ ସେମାନେ ଯେପରି ପ୍ଲାଷ୍ଟିକ୍‌ ପ୍ରଦୂଷଣରୁ ଚିଲିକାକୁ ମୁକ୍ତ ରଖିବେ ସେନେଇ ସଚେତନତା ହେବା ସହ ବର୍ଜ୍ୟ ପରିଚାଳନା ପାଇଁ ବ୍ୟବସ୍ଥା ହେବା ନିତାନ୍ତ ଆବଶ୍ୟକ ବୋଲି ମିଳିତ ଜାତିସଂଘ ଯୁବ ଅଧିବକ୍ତା ସୌମ୍ୟରଞ୍ଜନ ବିଶ୍ବାଳ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।