ଲାଇଫ୍ ଷ୍ଟାଇଲ

ସକାଳ ଜଳଖିଆରେ ପ୍ରତିଦିନ ଖାଆନ୍ତୁ ଗଜା ମୁଗ : ଦିନ ସାରା ରହିବେ ପୂରା ଫିଟ୍

ସକାଳ ଜଳଖିଆ ଆପଣଙ୍କୁ ଦିନରେ କାମ କରିବାକୁ ଶକ୍ତି ଦେଇଥାଏ। ଏଥିପାଇଁ ସକାଳେ ଉପଯୁକ୍ତ ଜଳଖିଆ ଖାଇବା ଆବଶ୍ୟକ। କିଛି ଲୋକ ସକାଳେ ଜଳଖିଆ ଖାଇ ନଥାନ୍ତି ଯଦି ବି ଖାଇଥାନ୍ତି ତେବେ ପେଟ ଭର୍ତ୍ତି ଖାଇ ନଥାନ୍ତି। କିନ୍ତୁ ଏପରି କରିବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏଥିପାଇଁ ସକାଳର ଜଳଖିଆ ପୋଷକ ତତ୍ତ୍ବରେ ଭରପୂର ହେବା ଉଚିତ୍। ଆପଣ ସକାଳ ଜଳଖିଆରେ ଗଜାମୁଗ ସାମିଲ କରିପାରିବେ ଯାହା ଏକ ଉପଯୁକ୍ତ ବିକଳ୍ପ ଅଟେ। ଏହାକୁ ଆପଣ ସହଜରେ ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ
ସକାଳ ଜଳଖିଆରେ ପୋଷକ ତତ୍ତ୍ବରେ ଭରପୂର ଜିନିଷ ଖାଇବା ବହୁତ ଆବଶ୍ୟକ ହୋଇଥାଏ।

ଗଜାମୁଗକୁ ଜଳଖିଆରେ ସାମିଲ କରିବା ଦ୍ବାରା ଅନେକ ଲାଭ ହୋଇଥାଏ। ମୁଗଡାଲିରେ ଫାଇବର ଥାଏ ଯାହା ଆପଣଙ୍କ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ। ଯେଉଁ ଲୋକଙ୍କ ପେଟରେ ଭାରିପଣ ଏବଂ କୋଷ୍ଠକାଠିନ୍ୟର ସମସ୍ୟା ରହିଥାଏ ତାଙ୍କୁ ନିଜ ଜଳଖିଆରେ ଗଜା ମୁଗ ସାମିଲ କରିବା ଉଚିତ୍। ଏହା ଶରୀର ପାଇଁ ସ୍ବାସ୍ଥ୍ୟକର ହେବା ସହ ଆପଣଙ୍କ ପାଚନ ତନ୍ତ୍ରକୁ ମଧ୍ୟ ଠିକ୍ ରଖିଥାଏ।

ସକାଳର ଜଳଖିଆ ଦିନରେ କାମ କରିବାକୁ ଶକ୍ତି ଦେଇଥାଏ କିନ୍ତୁ ଆମେ ଯଦି ସକାଳେ ଛଣା ଜିନିଷ ଜଳଖିଆରେ ଖାଇବା ତେବେ ଆମକୁ ଅଳସୁଆ ଲାଗିବ। ଗଜା ମୁଗ ମେଟାବଲିକ୍ ରେଟକୁ ବଢ଼ାଇଥାଏ ଯାହା ଦ୍ବାରା ଆମ ଶରୀରକୁ ଅଧିକ ମାତ୍ରାରେ ଶକ୍ତି ମିଳିଥାଏ।

ଗଜାମୁଗକୁ ଖାଇବା ଦ୍ବାରା ଶରୀରରେ ଶର୍କରା ସ୍ତର ବଢ଼ିନଥାଏ। ଯେଉଁ ଲୋକଙ୍କ ଓଜନ ବଢ଼ିବାର ସମସ୍ୟା ରହିଛି ସେମାନଙ୍କୁ ନିଜ ଖାଦ୍ୟରେ ଛଣା ଜିନିଷ ଖାଇବା ପରିବର୍ତେ ଗଜାମୁଗ ଖାଇବା ଉଚିତ୍।

ଏହା ଦ୍ବାରା ଓଜନ କମ୍ ହେବାରେ ସହାୟତା ମିଳିବ ଏବଂ ପୋଷକ ତତ୍ତ୍ବ ମଧ୍ୟ ମିଳିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ