ଅପରାଧ ରାଜ୍ୟ

ସକାଳୁ ସକାଳୁ ମାତିଲେ ଲୁଟେରା, ଘରେ ପଶି ଲୁଟିନେଲେ ୧୮ ଲକ୍ଷରୁ ଅଧିକ ଟଙ୍କା

କଟକ ୨୧/୧୦: କଟକରେ ମାତିଲେ ଡକାୟତ । ମହାନଦୀ ବିହାରରେ ବଡ ଧରଣର ଡକାୟତି ହୋଇଛି । ସକାଳୁ ସକାଳୁ ଘରେ ପଶି ଡକାୟତମାନେ ଲୁଟିନେଇଛନ୍ତି ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ।

ହଠାତ୍ ଡକାୟତମାନେ ମହାନଦୀ ବିହାରରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ ଲୁଟ୍‌ପାଟ ଆରମ୍ଭ କରିଥିଲେ । ଦୀପ୍ତିରଞ୍ଜନ ଏହାକୁ ବିରୋଧ କରିବାକୁ ତାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ ଡକାୟତ । ଫଳରେ ଡକାୟତଙ୍କ ଆକ୍ରମଣରେ ଦୀପ୍ତିରଞ୍ଜନ ଆହତ ହୋଇଛନ୍ତି ।

ସେପଟେ ଡକାୟତମାନେ ଲକ୍ଷାଧିକ ଟଙ୍କା ଲୁଟିନେବା ସହ ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ରାତିରେ ଲୁଟ୍ ପାଟ୍ ବଦଳରେ ସକାଳୁ ସକାଳୁ ଡକାୟତମାନେ ଏପରି କରିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଘଟଣା । ଏପଟେ ଘଟଣା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଦୀପ୍ତିଙ୍କ ପରିବାର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।