ରାଜ୍ୟ ସ୍ୱାସ୍ଥ୍ୟ

ସଂସାର ଉଜାଡ଼ି ଦେଲା କରୋନା: ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କ ସହ ମହିଳାଙ୍କୁ ତଡ଼ି ଦେଲେ ଶାଶୂଘର ଲୋକ

କଟକ: ସ୍ବାମୀଙ୍କର କରୋନାରେ ଦେହାନ୍ତ ହେବା ପରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ପିଲାଙ୍କ ସହ ଘରୁ ତଡ଼ି ଦେଇଛନ୍ତି ଶାଶୂ ଘର ଲୋକେ। ମହିଳାଙ୍କୁ ତାଙ୍କ ଦିଅର ହତ୍ୟା ଧମକ ଦେଇଛନ୍ତି। ଏଭଳି ଅଭିଯୋଗ ଆଣି ନ୍ୟାୟ ପାଇଁ ମହିଳା ଜଣକ ସିଡବ୍ଲୁସିର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ପିଲାଙ୍କ ସହିତ ପର ଘରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ସ୍ବାମୀଙ୍କ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ମିଳୁ ନଥିବାରୁ ସେ ସରକାରୀ ସହାୟତା ଓ ସୁବିଧାସୁଯୋଗ ପାଇବାରୁ ବଂଚିତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ନିଶ୍ଚିନ୍ତକୋଇଲି ଥାନା କୂଳଗାଁ ଇଶାଣର ମିନତି ମଣ୍ଡଳଙ୍କ ସ୍ବାମୀ ରମେଶଚନ୍ଦ୍ର ମଣ୍ଡଳଙ୍କର ୨୦୨୧ ଜୁଲାଇ ୨ ତାରିଖରେ କରୋନାରେ ଦେହାନ୍ତ ହୋଇଥିଲା। ସ୍ବାମୀଙ୍କ ଦେହାନ୍ତ ପରେ ଶାଶୂ ଘର ଲୋକଙ୍କ ନିର୍ଯାତନା ଅସହ୍ୟ ହୋଇପଡ଼ିଥିଲା। ରମେଶ ଋଣ କରିଥିବା ବାହାନା କରି ଟଙ୍କା ସୁଝିବା ପାଇଁ ମିନତିଙ୍କର ପାଖାପାଖି ୪ ଲକ୍ଷରୁ ଅଧିକ ଟଙ୍କାର ଯୌତୁକ ସାମଗ୍ରୀ ଶାଶୂ ଘର ଲୋକେ ଛଡ଼ାଇ ନେଲେ। ଦିଅର ତାଙ୍କୁ ହତ୍ୟା କରିବାକୁ ଧମକ ଦେବାରୁ ଶାଶୂ ଘର ଛାଡ଼ି ଗଲା ପ୍ରାୟ ୨ ମାସ ହେବ ସେ ମହମ୍ମଦପୁର ବିଲହାଟ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଛନ୍ତି। ଏକ ହୋଟେଲରେ କାମ କରି ଦୁଇ ପୁଅ ଝିଅଙ୍କୁ ପୋଷୁଛନ୍ତି ମିନତି।

ସେ ଏବେ ଥାଇରଏଡ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ ଶାଶୂ ଘର ଲୋକେ ଛଡ଼ାଇ ନେଇଛନ୍ତି। ନିଜର ଚିକିତ୍ସା କରିବାକୁ ବି ପାଖରେ ଟଙ୍କାଟିଏ ନାହିଁ। ମିନତି ସିଡବ୍ଲୁସି(ଶିଶୁ ମଙ୍ଗଳ ସମିତି)ରେ ଅଭିଯୋଗ କରିବା ପରେ ସିଡବ୍ଲୁସି ପକ୍ଷରୁ ଅଧ୍ୟକ୍ଷା ମନ୍ଦାକିନୀ ଜେମାଙ୍କ ସମେତ ସଦସ୍ୟ ଅମୀୟ ଭୂଷଣ ବିଶ୍ବାଳ, ଶ୍ରୀକାନ୍ତ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି ଏହି ମହିଳାଙ୍କ ସାନ ପୁଅକୁ ସାଲେପୁରରେ ଥିବା ସ୍ବପ୍ନେଶ୍ବର ଶିଶୁ ଗୃହରେ ଥଇଥାନ କରାଇଛନ୍ତି। ବଡ଼ ଝିଅକୁ ଖୁବ ଶୀଘ୍ର ଥଇଥାନ କରାଯିବାକୁ ନିଷ୍ପତ୍ତି ହୋଇଛି। ମିନତୀ କିଭଳି ଅର୍ଥ ଉପାର୍ଜନ କରିପାରିବେ ସେଥିପାଇଁ ସିଡବ୍ଲୁସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଶାଶୂ ଓ ଦିଅରଙ୍କ ନିର୍ଯାତନା ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମାଞ୍ଚଳ ଏସପିଙ୍କୁ ସିଡବ୍ଲୁସି ସୁପାରିସ କରିଛି। ତାଙ୍କୁ ବିଧବା ଭତ୍ତା ଦେବାକୁ ସମ୍ପୃକ୍ତ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯିବା ନେଇ ସିଡବ୍ଲୁସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ରମେଶଙ୍କର କୋଭିଡରେ ମୃତ୍ୟୁ ଘଟିଥିଲେ ବି ତାଙ୍କୁ କୋଭିଡ୍ ପ୍ରମାଣପତ୍ର ମିଳି ନାହିଁ। ସେଥିପାଇଁ ମିନତି ଓ ତାଙ୍କ ଦୁଇ ପିଲାଙ୍କୁ ସରକାରୀ ସୁବିଧାସୁଯୋଗ ବି ମିଳି ପାରୁ ନଥିବା ଜଣା ପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ