ରାଜ୍ୟ ସ୍ପେଶାଲ ରିପୋର୍ଟ

ସଂସଦୀୟ କ୍ଷେତ୍ରରେ ହେବ ପରିବର୍ତ୍ତନ ସମାବେଶ: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ବର: ରାଜ୍ୟର ୨୧ଟି ଲୋକସଭା ସଂସଦୀୟ କ୍ଷେତ୍ରରେ ପରିବର୍ତ୍ତନ ସମାବେଶ ଆୟୋଜନ ହେବ। ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଂଗଠନର ରାଜ୍ୟ ସଭାପତି ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ଜାତୀୟ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ ଯୋଗଦେଇ କହିଲେ, ଉଭୟ ବିଜେଡି ଓ ବିଜେଡି ସରକାର ପଞ୍ଚାୟତ ବ୍ୟବସ୍ଥାର ବିରୋଧୀ। ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରତି ଦୁଇ ସରକାରଙ୍କ ସମ୍ମାନ ନାହିଁ। କଂଗ୍ରେସ କ୍ଷମତାକୁ ଆସିଲେ ପଞ୍ଚାୟତ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେମାନଙ୍କ ଅଧିକାର ଦେବା ସହ କ୍ଷମତାର ବିକେନ୍ଦ୍ରୀକରଣକୁ ଆହୁରି ସଂପ୍ରସାରିତ କରାଯିବ। ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ବିଜେପି-ବିଜେଡି ସରକାରକୁ ନେଇ ରାଜ୍ୟବାସୀ ଅତିଷ୍ଠ। ଦୁର୍ନୀତି ରାଜ୍ୟରେ କାୟା ବିସ୍ତାର କରିଛି। ପଞ୍ଚାୟତଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନୀତିର ରାକ୍ଷସ ସରକାରୀ ବ୍ୟବସ୍ଥାକୁ କବ୍‌ଜା କରିଛି। ଏ ସରକାରର ପତନ ହେଲେ ହିଁ ରାଜ୍ୟ ଓ ପଞ୍ଚାୟତ ବ୍ୟବସ୍ଥାର ସୁଧାର ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସଂଗଠନ ସଭାପତି ଶ୍ରୀ ଦାସ କହିଥିଲେ, ପଞ୍ଚାୟତ ପ୍ରତିନିଧି, ସରପଞ୍ଚ, ମେୟର ପ୍ରଭୃତିଙ୍କ ଦରମା ବୃଦ୍ଧି ସ୍ବାଗତଯୋଗ୍ୟ। ମାତ୍ର ପଞ୍ଚାୟତ ପ୍ରତିନିଧିମାନଙ୍କ ଅଧିକାର ପ୍ରତି ସରକାର ନିରବ ରହିବା ଦୁର୍ଭାଗ୍ୟଜନକ। ଏହି ବୈଠକରେ ଜାତୀୟ ଆବାହକ ସୁନିଲ ବାନାର୍ଜୀ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବିସ୍ମୟ ମହାପାତ୍ର, ବିଜୟ ପ୍ରଧାନ, ଲବ କୁମାର ସାହୁ, ରୁପକ ତୁରୁକ, ପ୍ରଦ୍ୟୁମ୍ନ ଦାସ, ପଦ୍ମଲୋଚନ ବେହେରା, ତ୍ରିଲୋଚନ ଦାସ, ସରୋଜ ବାଗ, ପ୍ରଦୀପ୍ତ ନନ୍ଦ, ପ୍ରତାପ ପ୍ରଧାନ, ଭୁବନ କୁମାର ସାହୁ, ଜବା ଟୁଡ଼ୁ, ନିରଦବରଣ ଖୁଣ୍ଟିଆ, ଗଣେଶ ସାହୁ ଓ ଧରଣୀଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।