ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସଂସଦର ମିଳିତ ଅଧିବେଶନରେ ଭାରତ ଗଣଟିକାକରଣ ଉଦ୍ୟମକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବଜେଟ୍‌ ଅଧିବେଶନ ଆରମ୍ଭ ଅବସରରେ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ପ୍ରଦାନ କରିବା ବେଳେ ଗଣଟିକାକରଣ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଅଭିଭାଷଣ ଦେବା ବେଳେ ସେ ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ, ଭାରତ ବିଶ୍ୱରେ ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇବା ଗୌରବର ବିଷୟ। ଏହି ଅଭିଯାନରେ ଦିଆ ଯାଉଥିବା ଦୁଇଟିଯାକ ଟିକା ଭାରତରେ ନିର୍ମିତ। ଏହି ସଙ୍କଟ ସମୟରେ ଭାରତ ମାନବତ୍ୱର ଦାୟିତ୍ୱ ବହନ କରି ଅନ୍ୟ କେତେକ ଦେଶକୁ ମଧ୍ୟ ଲକ୍ଷ ଲକ୍ଷ ଡୋଜ୍‌ ଟିକା ଯୋଗାଇ ଦେଉଛି।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଲେ, ଏହି ମହାମାରୀ ବିରୋଧୀ ସଂଗ୍ରାମରେ ଆମେ ଅନେକ ନାଗରିକଙ୍କୁ ହରାଇଛନ୍ତି। କୋଭିଡ୍‌-୧୯ ସମୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଦେହାନ୍ତ ହେଲା। କୋଭିଡ୍‌ ଯୋଗୁଁ ୬ଜଣ ସାଂସଦ ଆମକୁ ଅକାଳରେ ଛାଡ଼ିଗଲେ। ମୁଁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ସରକାର ଠିକଣା ସମୟରେ ନିଷ୍ପତ୍ତି ନେଇ ଲକ୍ଷ ଲକ୍ଷ ନାଗରିକମାନଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ଆତ୍ମସନ୍ତୋଷ ପାଇଛି। ଆଜି ନୂତନ କୋଭିଡ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ହ୍ରାସ ପାଉଛି। ସୁସ୍ଥତା ସଂଖ୍ୟା ମଧ୍ୟ ଖୁବ୍‌ ଅଧିକ।

କରୋନାଭାଇରସ୍‌ ମହାମାରୀ ମଧ୍ୟରେ ସଂସଦର ମିଳିତ ଅଧିବେଶନ ବସିବା ଅତ୍ୟାବଶ୍ୟକ ଥିଲା। ଏହା ଏକ ନୂତନ ବର୍ଷ ଓ ନୂତନ ଦଶନ୍ଧି। ଆମେ ମଧ୍ୟ ସ୍ୱାଧୀନତାର ୭୫ତମ ବାର୍ଷିକୀରେ ପ୍ରବେଶ କରୁଛନ୍ତି। ଆହ୍ଵାନ ଯେଡ଼େ କଠିନ ହେଉ ପଛକେ ନା ଆମେ, ନା ଭାରତ ଅଟକି ଯିବ- ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ସାଂସଦ ଏହି ବାର୍ତ୍ତା ଓ ବିଶ୍ୱାସକୁ ପାଥେୟ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ କି, କୃଷକମାନଙ୍କ ପ୍ରତିବାଦ, ଆର୍ଥିକ ସଙ୍କଟ, କର୍ମସଂସ୍ଥାନ ହରାଇବା ଏବଂ ଅନ୍ୟାନ୍ୟ ସମସ୍ୟା ସବୁକୁ ମୁକାବିଲା କରିବାରେ ମୋଦୀ ସରକାରଙ୍କ ବିଫଳତା ଦର୍ଶାଇ ସମୁଦାୟ ୧୯ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ ବର୍ଜନ କରିଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର