ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଷ୍ଟେଟ୍‌ ବ୍ୟାଙ୍କ, ଏଲ୍‌ଆଇସିକୁ ମିଳିବେ ନୂଆ ମୁଖ୍ୟ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଓ ବୀମା କଂପାନିଗୁଡ଼ିକର ନେତୃତ୍ବରେ ୨୦୨୩ରେ ପରିବର୍ତ୍ତନ ହେବ। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ବଦଳିବେ। ବର୍ଷର ପ୍ରଥମ ତିନି ମାସରେ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ମଧ୍ୟ ବଦଳିବେ। ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ପଦରୁ ଦୀନେଶ ଖାରା ୨୦୨୩ ଅକ୍ଟୋବର ୬ରେ ଅବସର ନେବେ।

ସେହିପରି ଏଲ୍‌ଆଇସି ଅଧ୍ୟକ୍ଷ ପଦରୁ ଏମ୍‌ ଆର୍‌ କୁମାର ୨୦୨୩ ମାର୍ଚ୍ଚ ୧୩ରେ, ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏମ୍‌ଡି ଅତନୁ କୁମାର ଦାସ ଜାନୁଆରି ୧୯ରେ, ୟୁକୋ ବ୍ୟାଙ୍କର ଏମ୍‌ଡି ‌ସୋମା ଶଙ୍କର ପ୍ରସାଦ ମେ’ ୩୧ର ଏବଂ ବ୍ୟାଙ୍କ ଅଫ୍‌ ବରୋଦାର ଏମ୍‌ଡି ସଞ୍ଜୀବ ଚଢ଼ା ଜାନୁଆରି ୧୯ରେ ଅବସର ଗ୍ରହଣ କରିବେ। ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏମ୍‌ଡି ପାର୍ଥ ପ୍ରତୀମ ସେନଗୁପ୍ତା ଓ କାନାରା ବ୍ୟାଙ୍କର ଏମ୍‌ଡି ଏଲ୍‌ଭି ପ୍ରଭାକର ୨୦୨୨ ଡିସେମ୍ବର ୩୧ରେ ଅବସର ନେଇଛନ୍ତି। ଏହି ସବୁ ଆର୍ଥିକ ଅନୁଷ୍ଠାନରେ ୨୦୨୩ରେ ନୂଆ ମୁଖ୍ୟଙ୍କୁ ନିଯୁକ୍ତି ମିଳିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ