ଖେଳ ଦେଶ ବିଦେଶ

ଷ୍ଟାଡିୟମରେ ପ୍ରାକ୍ଟିସ କରୁଥିଲେ ଆନ୍ଦ୍ରେ ରସେଲ, ତାମିମ ଇକବାଲ: ଅଚାନକ ଲ୍ୟାଣ୍ଡ କଲା ହେଲିକପ୍ଟର, ଜାଣନ୍ତୁ କଣ ହେଲା…

କ୍ରିକେଟ ଷ୍ଟାଡିୟମରେ ଚାଲିଥିଲା ପ୍ରାକ୍ଟିସ । ଆନ୍ଦ୍ରେ ରସେଲ, ତାମିମ ଇକବାଲଙ୍କ ଭଳି ବଡ ବଡ ଖେଳାଳି ମୈଦାନରେ ପ୍ରାକ୍ଟିସ କରୁଥିଲେ । ଆଉ ଏହି ସମୟରେ ହଠାତ ମୈଦାନରେ ଲ୍ୟାଣ୍ଡ କଲା ହେଲିକପ୍ଟର । ଆଉ ହେଲିକପ୍ଟରକୁ ଦେଖି ଧୂଳିରୁ ବଞ୍ଚିବା ପାଇଁ ଖେଳାଳିମାନେ ଦୂରକୁ ଦୌଡିବାକୁ ଲାଗିଲେ । ଏହି ଘଟଣା ବାଂଲାଦେଶର ଚଟ୍ଟଗ୍ରାମ ଏମଏ ଅଜିଜ ଷ୍ଟାଡିୟମରେ ହୋଇଛି । ବିପିଏଲ ପାଇଁ ଏଠାରେ ପ୍ରାକ୍ଟିସ କରୁଥିଲେ ମିନିଷ୍ଟର ଗ୍ରୁପ ଢାକାର ଖେଳାଳିମାନେ ।

ଯେତେବେଳେ ହେଲିକପ୍ଟର ଷ୍ଟାଡିୟମରେ ଲ୍ୟାଣ୍ଡ କଲା ସେତେବେଳେ ଆନ୍ଦ୍ରେ ରସେଲ, ତାମିମ ଇକବାଲ, ମଶରଫେ ମୁର୍ତାଜ ପ୍ରାକ୍ଟିସ କରୁଥିଲେ । ଆଗାମୀ ମ୍ୟାଚ ପାଇଁ ଦଳ ପ୍ରାକ୍ସିସ କରୁଖିବା ବେଳେ ଏଭଳି ଘଟଣା ଘଟିଥିଲା । ଖେଳାଳିଙ୍କ ଅଜାଣତରେ ହେଲିକପ୍ଟର ଲାଣ୍ଡ କରିବାରୁ ସେମାନେ ଡରିଯାଇଥିଲେ । ଆଉ ଏଣେ ତେଣେ ଦୌଡିଥିଲେ ।

ସୂଚନା ଅନୁସାରେ ଏହି ହେଲିକପ୍ଟରଟିକୁ ଏୟାର ଆମ୍ବୁଲାନ୍ସ ଭାବେ ବ୍ୟବହାର କରାଯାଇଥିଲା । ଜଣେ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟ କରିବା ପାଇଁ ହେଲିକପ୍ଟରୁ ଷ୍ଟାଡିୟମରେ ଓହ୍ଲାଇବାକୁ ପଡିଥିଲା । ଏଥିପାଇଁ କମିଶନରଙ୍କଠାରୁ ମଞ୍ଜୁରୀ ମଧ୍ୟ ମିଳିଥିଲା । ଆଉ ଜିଲ୍ଲା ସ୍ପୋର୍ଟସ ଆସୋସିଏସନଙ୍କଠାରୁ ମଧ୍ୟ ଏଥିପାଇଁ ଅନୁମତି ନିଆଯାଇଥିଲା । ହେଲେ ଏହାପରେ ବି ଖେଳାଳିମାନେ ଏଥିପ୍ରତି ଅଜଣା ରହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ