ଖେଳ ଦେଶ ବିଦେଶ

ଷ୍ଟାଡିୟମରେ ଖେଳୁଆଡ ମନୋଭାବ ଦେଖାଇଲେ ଦୀପକ ଚହର, ଜିମ୍ବାଓ୍ୱେ ବ୍ୟାଟରଙ୍କୁ କଲେନି ଆଉଟ୍

ନୂଆଦିଲ୍ଲୀ, ୨୩|୦୮: ଭାରତ ତୃତୀୟ ଦିନିକିଆରେ ଜିମ୍ବାଓ୍ୱେକୁ ୧୩ ରନରେ ମାତ୍ ଦେଇଛି । ଏହି ବିଜୟ ସହ କେଏଲ ରାହୁଲଙ୍କ ନେତୃତ୍ୱରେ ଦଳ ୩-୦ରେ ସିରିଜ୍ ହାତେଇଛି । ଏହି ଦିନିକିଆ ମୁକାବିଲାରେ ଦ୍ରୁତ ବୋଲର ଦୀପକ ଚହର ଖେଳୁଆଡ ମନୋବୃତ୍ତି ଦେଖାଇଥିଲେ । ଫଳରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି ।

କଣ ଘଟଣା

ଜିମ୍ବାଓ୍ୱେ ପାଇଁ ଇନିଂସ ଓପନ କରିଥିଲେ ଟି କୈଟାନୀ ଓ ଇନୋସଟ୍ କାୟା । ଯେତେବେଳେ ଦୀପକ ତୃତୀୟ ବଲ ପକାଇବାକୁ ଯାଉଥିଲେ ସେତେବେଳେ ଇନୋସଟ୍ କାୟା ନନଷ୍ଟ୍ରାଇକର୍ ଏଣ୍ଡରେ ଥିଲେ । ଏହାସହ ବହୁତ ଆଗକୁ ଚାଲିଯାଇଥିଲେ । ଦୀପକ ବଲ୍ ଫିଙ୍ଗିବା ପୂର୍ବରୁ ବେଲ୍ସରେ ବଲ୍ ବଜାଇ ଦେଇଥିଲେ । ଦୀପକ ଚାହିଁଥିଲେ ମଙ୍କଡିଂ ଆଉଟ୍ ଅପିଲ କରିପାରିଥାନ୍ତେ । କିନ୍ତୁ ସେ ଏପରି କରିନଥିଲେ । ଅମ୍ପାୟାର ଏହାକୁ ଡେଡବଲ୍ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଚଳିତବର୍ଷ ଆଇସିସି ବଲ୍ ମଙ୍କଡିଂ ଲ. ୪୧.୧୬ ଆଉଟ୍ ନିୟମକୁ ଧାରା ୩୮କୁ ପରିବର୍ତ୍ତନ କରିଥିଲା । ଅର୍ଥାତ ମଙ୍କଡିଂ କରିବା ଖେଳ ଭାବନା ବିରୋଧି ନୁହେଁ । ଏଥିରେ ଯଦି ନନଷ୍ଟ୍ରାଇକର୍ ବଲ ପକାଇବା ପୂର୍ବରୁ କ୍ରିଜରୁ ବାହାରକୁ ଚାଲିଯାଏ ତେବେ ବଲର ତାଙ୍କୁ ରନ୍ ଆଉଟ୍ କରିପାରିବେ । ଏହି ବଲ୍ ରେକର୍ଡ ହୁଏନାହିଁ କିନ୍ତୁ ବ୍ୟାଟସମ୍ୟାନ୍ ଆଉଟ୍ ହୋଇଥାନ୍ତି ।

ମ୍ୟାଚରେ ଭାରତ ବିଜୟୀ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦଳ ଶଭୁମନ ଗିଲଙ୍କ ଦମଦାର ଶତକ ବଳରେ ୨୮୯ ରନ୍ କରିଥିଲା । ଶୁଭମନ ୯୭ରୁ ୧୩୦ ରନ୍ କରିଥିଲା । ଏଥିରେ ୧୫ ଚଉକା ଓ ଗୋଟିଏ ଛକା ଥିଲା । ଏହାବ୍ୟତୀତ ଇଶାନ କିଷନ ୫୦ ଓ ଶିଖର ଧାଓ୍ୱନ ୪୦ ରନ୍ କରିଥିଲେ । ଜବାବରେ ଜିମ୍ବାଓ୍ୱେ ୪୯.୩ ଓଭରରେ ୨୭୬ ରନ୍ କରିପାରିଥିଲା । ସିକନ୍ଦର ରଜା ୧୧୫ ରନ୍ କରିଥିବେ ବି ଦଳକୁ ଜିତାଇପାରିନଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ