ଅପରାଧ ରାଜ୍ୟ

ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା: ପୋଖରୀ ହୁଡ଼ାରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ଶବ

କଟକ-ଜଗତପୁର: ଜଗତପୁର ଥାନା ଅନ୍ତର୍ଗତ ମଧ୍ୟକଚ୍ଛ ପଞ୍ଚାୟତ ପୂର୍ବକଛ ଗ୍ରାମରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ହତ୍ୟା କରି କେହି ଦୁବୃର୍ତ୍ତ ଗ୍ରାମ ପୋଖରୀ ହୁଡ଼ାରେ ଫିଙ୍ଗିଦେଇଛି। ଗତକାଲି ଠାରୁ ଘରୁ ପଳାଇଥିବା ଛାତ୍ରଙ୍କ ମୃତଦେହ ଆଜି ପୋଖରୀ ହୁଡ଼ାରୁ ଉଦ୍ଧାର କରାଯାଇଛି। ମୃତ ନାବାଳକଜଣକ ସ୍ଥାନୀୟ ଜଗନ୍ନାଥ ବେହେରାଙ୍କ ପୁଅ ଶୁଭମ୍ ଓରଫ ଜ୍ୟୋତି ରଞ୍ଜନ (୧୨)। କେଉଁ କାରଣରୁ ଶୁଭମ୍‌ଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜଗତପୁର ଥାନା ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ୍‌ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍ ଓ ଡଗ୍ ସ୍କାଡ୍‌ ଦ୍ୱାରା ତଦନ୍ତକୁ ବ୍ୟାପକ କରାଯାଇଛି।

ସୂଚନା ମୁତାବକ, ଜଗନ୍ନାଥ ବେହେରାଙ୍କ ପୁଅ ଶୁଭମ୍‌ ସ୍ଥାନୀୟ ପୂର୍ବକଛ ସରକାରୀ ଉପ୍ରା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର। ସେ ନିକଟରେ ଷାଣ୍ମାସିକ ପରୀକ୍ଷାରେ ଆଶାନୁରୂପ ଫଳ ପାଇ ନଥିଲେ। ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ମିଳିଥିବା ‘ପ୍ରୋଗ୍ରେସ୍‌ ରିପୋର୍ଟରେ ଅଭିଭାବକ ଦସ୍ତଖତ କରିବା ସମୟରେ ଶୁଭମ୍‌ଙ୍କୁ ତାଗିଦ୍ କରିଥିଲେ। ଏଥିରେ ରାଗି ଶୁଭମ୍‌ ଶନିବାର ଠାରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ପୁଅକୁ ବହୁ ଖୋଜାଖୋଜି କରି ରାତି ସୁଦ୍ଧା ଖୋଜି ପାଇ ନଥିଲେ। ରବିବାର ସକାଳୁ କିଛି ଗ୍ରାମବାସୀ ପୋଖରୀ ହୁଡ଼ାରେ ଶୁଭମ୍‌ଙ୍କ ବେକ କଟା ହୋଇଥିବା ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବାପା ଜଗନ୍ନାଥଙ୍କୁ ଖବର ଦେଇଥିଲେ। ସୂଚନା ପାଇ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହର ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ସାଇଣ୍ଟିଫିକ୍‌ ଟିମ୍ ଓ ଡଗ୍ ସ୍କ୍ବାଡ୍‌ ଦ୍ୱାରା ତଦନ୍ତକୁ ବ୍ୟାପକ କରାଯାଇଥିଲେ ବି ସନ୍ଧ୍ୟା ସୁଧା କୌଣସି ଠୋସ ପ୍ରମାଣ ପୁଲିସ୍‌ ହାତରେ ଲାଗି ପାରି ନାହିଁ। ଶୁଭମ୍‌ଙ୍କ ​ବେକର ବାମପଟକୁ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ବଡ଼ବାପା ମହେଶ୍ୱର ବେହେରାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍‌ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ସନ୍ଦେହରେ ପୁଲିସ ଆଖପାଖ ଅଞ୍ଚଳର କିଛି ଲୋକଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଛି। ଖବର ପାଇ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିବା ସହିତ ପୁଲିସ୍‌ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।