ଅପରାଧ ରାଜ୍ୟ

ଷଣ୍ଢ ସହ ବାଇକ୍‌ର ଧକ୍କା, ଦୁର୍ଘଟଣାରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ

ଆନନ୍ଦପୁର ୧୩।୦୮: ସଡ଼କ ଦୁର୍ଘଟଣାରେ ଗ୍ରାମ୍ୟ ଉନ୍ନୟମ ବିଭାଗର କନିଷ୍ଠ ଯନ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ନାରଙ୍ଗପୁର ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତ କନିଷ୍ଠ ଯନ୍ତ୍ରୀଙ୍କ ନାମ ରାମଚନ୍ଦ୍ର ମାରାଣ୍ଡି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାମଚନ୍ଦ୍ର ବାଇକ ଯୋଗେ ନିଜ ଘର ହରିଚନ୍ଦପୁର ବ୍ଲକ ଟାଙ୍ଗିରିଆପାଳ ଅଞ୍ଚଳରୁ ଫେରୁଥିଲେ । ଠିକ ଏହି ସମୟରେ ଏକ ଷଣ୍ଢ ସହିତ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ସେଠାରେ ପଡିରହିଥିଲେ । ତୁରନ୍ତ ସ୍ଥାନୀୟଲୋକେ ଗୁରୁତର ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ରାମଚନ୍ଦ୍ର ୨୦୧୭ ମସିହାରୁ ନଭେମ୍ବର ମାସରୁ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟମ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।