ଖେଳ ଦେଶ ବିଦେଶ

ଶ୍ରେୟସଙ୍କୁ ଆଉଟ କରିପାରିଲେନି ଶ୍ରୀଲଙ୍କା ବୋଲର : ଏହି ମାମଲାରେ ପଛରେ ପଡିଗଲେ ବିରାଟ

ନୂଆଦିଲ୍ଲୀ ୨୮/୦୨: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜକୁ ଭାରତ କ୍ଲିନ୍ ସ୍ୱିପ୍ କରିଛି । ତେବେ ତିନୋଟି ମୁକାବିଲାରେ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରିଥିଲେ । ସବୁ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ଟି୨୦ରେ ସେ ବିସ୍ଫୋରକ ୭୩ ରନର ଇନିଂସ ଖେଳିଥିଲେ ।

ସବୁଠାରୁ ବଡ କଥା ହେଉଛି ଯେ, ସିରିଜରେ ଶ୍ରେୟସଙ୍କୁ ଶ୍ରୀଲଙ୍କା ବୋଲର ଆଉଟ କରିପାରିନଥିଲେ । ତିନୋଟି ମ୍ୟାଚରେ ଯଥାକ୍ରମେ ୫୭,୭୪ ଓ ୭୩ ରନ କରି ଅପରାଜିତ ରହିଥିଲେ ଆୟର । ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜ ଘୋଷଣା କରାଯାଇଥିଲା ।

ସିରିଜରେ ଶ୍ରେୟସ ୨୦୪ ରନ୍ କରିଥିଲେ । ଏଥିରେ ୨୦ ଚୌକା ଓ ୭ ଛକା ଲଗାଇଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୭୦ରୁ ଅଧିକ ଥିଲା ।

ଏହାସହ ସେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ବିରାଟ ତିନୋଟି ମ୍ୟାଚରୁ ୧୯୯ ରନ୍ କରିଥିଲେ । ଆହୁରି ମଧ୍ୟ ଲଗାତର ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ଲଗାଇବାର ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଏହି କାରନାମା କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ