ଧର୍ମ ରାଜ୍ୟ

ଶ୍ରୀ ସତ୍ୟସାଇ ସେବା ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜନ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା, କନ୍ଧମାଳ ଆନୁକୂଲ୍ୟରେ ବାଲିଗୁଡା ସାଇ ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ପ୍ରାତଃ ସମୟରେ ଧୂପ ଦୀପ ଦେଇ ଓଁ କାର, ସୁପ୍ରଭାତମ ଓ ନଗର ସଂକୀର୍ତନ ହୋଇଥିଲା ପରେ ପରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତାଳନ ନାମ ପଞ୍ଜିକରଣ ସହିତ ଭଜନ, ଜ୍ୟୋତି ଆବାହନ, ବେଦପାଠ, ସହନା ଭବତୁ,ସ୍ୱାମୀଙ୍କ ଦିବ୍ୟ ଉପସ୍ଥିତି ନିମନ୍ତେ ଏକ ମିନଟ ନୀରବ ପ୍ରାର୍ଥନା ହୋଇଥିଲା ।ବାଲିଗୁଡା ସମିତି ପକ୍ଷରୁ ଆବାହକ ମନ୍ମଥ କୁମାର ରାଉଳ ସ୍ୱାଗତ ଭାଷଣ ଦେଇଥିଲେ | ଜିଲ୍ଲା ସଭାପତି ଉଦଘାଟନ ଅଭିଭାଷଣ ଦେଇଥିଲେ | ଜିଲ୍ଲା ଆଧ୍ଯାତ୍ମିକ ସଂଯୋଜକ ସରୋଜ କୁମାର ମିଶ୍ର ଶ୍ରୀ ସତ୍ୟସାଇ ସେବା ସଂଗଠନ ମାନବ ସମାଜ ନିମନ୍ତେ ଏକ ଦିବ୍ଯ ଉପହାର ବିଷୟରେ ଉଦବୋଧନ ଦେଇଥିଲେ | ସେବା ବିଭାଗ, ଆଧ୍ୟାତ୍ମିକ ବିଭାଗ , ଶିକ୍ଷା ବିଭାଗ, ଜିଲ୍ଲା ଓ ସମିତି କର୍ମକର୍ତା ସହିତ ଦଳଗତ ଆଲୋଚନା, ସମସ୍ତ ଆବାହକଙ୍କ ଦ୍ୱାରା ବାର୍ଷିକ କର୍ମପନ୍ଥା ଉପସ୍ଥାପନା,ଯୁବ ବିଭାଗ, ମହିଳା ବିଭାଗ, ଜିଲ୍ଲା ସଭାପତିଙ୍କ ଉଦଯାପନୀ ସମ୍ଭାଷଣ ,ସର୍ବଧର୍ମ ପ୍ରାର୍ଥନା, ମଙ୍ଗଳ ଆରତୀ ପ୍ରଦାନ କରାଯାଇଥିଲା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ