କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିର ଅନୁଧ୍ୟାନ କଲେ ଏଏସ୍ଏ‌ଆଇ ଏଡିଜି

ପୁରୁଣା ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌୍ରଆଇ) ଏଡିଜି ଡ. ଆଲୋକ ତ୍ରିପାଠୀ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେ ମନ୍ଦିରରେ ପାଣି ଗଳିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସେହିପରି ଅନ୍ୟ ମନ୍ଦିର ସମ୍ପର୍କରେ ବି ଏଏସ୍ଆଇ ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଏଏସ୍ଆଇ ପକ୍ଷରୁ ଶ୍ରୀଲିଙ୍ଗରାଜ ମରାମତି ପାଇଁ ୧କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏମିତିକି ଏଏସ୍‌ଆଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇସାରିଛି। ରାଜ୍ୟ ସରକାରଙ୍କ ଏକାମ୍ର ଯୋଜନା ଆରମ୍ଭ ହେବା ପୂର୍ବରୁ ମନ୍ଦିର ଭିତରର ସମସ୍ତ ଦୁର୍ବଳ ଅଂଶ ମରାମତି କରାଯିବ। ମନ୍ଦିର ଚୂଡ଼ା ଓ ଦଧିନଉତିରେ ଥିବା ଫାଟକୁ ମରାମତି କରାଯିବ। ସେହିଭଳି ମନ୍ଦିରର ମୁଖ୍ୟ ଦେଉଳର ଫାଟ, ଜଗମୋହନ ନାଟମଣ୍ଡପର ସଂଯୋଗସ୍ଥଳରେ ଫାଙ୍କ, ବେଢ଼ା ଭିତରେ ଥିବା ପାର୍ବତୀ ମନ୍ଦିର, ବିଶ୍ବକର୍ମା ମନ୍ଦିର, ଭୁବନେଶ୍ବରୀ, ଏକାମ୍ରେଶ୍ବର, ଉଗ୍ରେଶ୍ବର ମହାଦେବ, ଗଣେଶ ମନ୍ଦିର ଆଦିର ସଂଯୋଗ ସ୍ଥଳକୁ ମରାମତି କରାଯିବ। ଗର୍ଭଗୃହ ଚଟାଣର ଆବଡ଼ା ଖାବଡ଼ା ଅଂଶକୁ ମରାମତି କରାଯିବ।

୨୦୧୯ ସେପ୍ଟେମ୍ବର ୨୬ରେ ତତ୍କାଳୀନ ଦେବୋତ୍ତର ଆୟୁକ୍ତ ଚିତ୍ତରଞ୍ଜନ ମହାପାତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଦୁର୍ବଳ ହୋଇପଡ଼ିବା ସମ୍ପର୍କରେ ଦିଲ୍ଲୀସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦେଶକଙ୍କୁ ଲିଖିତ ଭାବେ ଜଣାଇଥିଲେ। ମନ୍ଦିର ଚୂଡ଼ା ଓ ଦଧିନଉତିରେ ଫାଟ ବାବଦରେ ଜଣାଇଥିଲେ। ଏହା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଭୁବନେଶ୍ବର ସର୍କଲ ପକ୍ଷରୁ ମନ୍ଦିରର ଦୁର୍ବଳ ଅଂଶ ଯାଞ୍ଚ କରାଯାଇଥିଲା। ଡ୍ରୋନ୍ ସାହାଯ୍ୟରେ ଚିତ୍ର ଉତ୍ତୋଳନ କରାଯାଇ ମନ୍ଦିରର ସମସ୍ତ ଦୁର୍ବଳ ଅଂଶ ଚିହ୍ନଟ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,