ଅପରାଧ ଦେଶ ବିଦେଶ

ଶ୍ରୀଲଙ୍କା : ସ୍ବାଭାବିକ ହେଉଛି ଆଇନ ଶୃଙ୍ଖଳା ସ୍ଥିତି, ଉଠିଲା ଜରୁରୀ ପରିସ୍ଥିତି

କଲମ୍ବୋ : ଆର୍ଥିକ ସଂକଟରେ ପଡ଼ିଥିବା ଶ୍ରୀଲଙ୍କାରେ ଲାଗୁ ଜରୁରୀ ପରିସ୍ଥିତିକୁ ପ୍ରତ୍ୟାହାର କରିନିଆଯାଇଛି । ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଆର୍ଥିକ ସଂକଟକୁ ନେଇ ହିଂସା ଆରମ୍ଭ ହେବା ପରେ ଗତ ୬ ତାରିଖ ମଧ୍ୟରାତ୍ରିଠାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଏହା ସତ୍ତ୍ବେ ବି ଦେଶରେ ହିଂସା କମିନଥିଲା । ପରେ ୯ତାରିଖରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ବାଧ୍ୟହୋଇ ଇସ୍ତଫା ଦେଇଥିଲେ । କିନ୍ତୁ ମହିନ୍ଦାଙ୍କ ସମର୍ଥକ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଏହି ହିଂସା ଫଳରେ ୯ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ପରେ ରାଷ୍ଟ୍ରପତି ଗୋଟାବାୟା ରାନିଲ ବିକ୍ରମସିଂହେଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ରାନିଲ ଆସିବା ପରେ ଦେଶର ସ୍ଥିତି ସୁଧାରିବାକୁ ସେ କେତେକ ପଦକ୍ଷେପ ନେବା ସହ ପଡ଼ୋଶୀ ଭାରତର ସହାୟତା ମାଗିଛନ୍ତି ।

ତେବେ ଶ୍ରୀଲଙ୍କାର ଅର୍ଥନୀତିକୁ ରାତାରାତି ସୁଧାରିବାକୁ ତାଙ୍କ ପାଖରେ କୌଣସି ଉପାୟ ନାହିଁ ବୋଲି ରାନିଲ କହିଛନ୍ତି । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପୀତି ହାର ୪୦ ପ୍ରତିଶତ ଆଡ଼କୁ ଗତି କରିଥିବାବେଳେ ଖାଦ୍ୟସାମଗ୍ରୀ, ଇନ୍ଧନ ଓ ଔଷଧର ଗୁରୁତର ଅଭାବ ଦେଖାଦେଇଛି । ପୁଣି ଆମଦାନୀ କରିବାକୁ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ