କଳା ଓ ସଂସ୍କୃତି ଧର୍ମ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ

ଅଯୋଧ୍ୟା ୦୩/୧୦ : ଅଯୋଧ୍ୟା ଆନ୍ଦୋଳନରେ ଗୁରୁତ୍ତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା ଓ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି। ଜିଲ୍ଲା ହସ୍ପିଟାଲରେ ଡାକ୍ତରଙ୍କ ଟିମ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଛି। ସୋମବାର ଦିନ ଲକ୍ଷ୍ନୌ ମେଦାନ୍ତା ହସ୍ପିଟାଲରେ ଡାକ୍ତରଙ୍କ ଟିମ ମହନ୍ତଙ୍କ ମେଡିକାଲ ଚେକଅପ କରିବ। ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲ ସ୍ଥାନାନ୍ତର କରାଯାଇପାରେ। ତାଙ୍କୁ ଅତ୍ୟଧିକ କାଶ ଓ ଅତ୍ୟଧିକ ୟୁରିନ ଡିସଚାର୍ଜ ସମସ୍ୟା ହୋଇଛି। ତାଙ୍କର ଅକ୍ସିଜେନ ସ୍ଥର ମଧ୍ୟ ତଳ ଉପର ହେଉଛି।

ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାର ମହନ୍ତ କମଳ ଦାସ କହିଛନ୍ତି ଯେ, ମହନ୍ତ ଜୀଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଠାରେ ତାଙ୍କର ଚେକଅପ କରାଇନେବା ଆବଶ୍ୟକ। ବର୍ଷେ ହେଲାଣି ତାଙ୍କର ଚେକପି ହୋଇନି। ସୋମବାର ଦିନ ମେଦାନ୍ତା ହସ୍ପିଟାଲର ଡାକ୍ତରଙ୍କ ଟିମ ଅଯୋଧ୍ୟା ଆସିବେ। ସେ କହିଛନ୍ତି ଯଦି ଆବଶ୍ୟକ ପଡେ ତାହେଲେ ଡାକ୍ତର ଆବଶ୍ୟକ ପଦକ୍ଷେପ ନେବେ। ମେଦାନ୍ତା ହସ୍ପିଟାଲ ନିର୍ଦ୍ଦେଶକ ଡ. ରାକେଶ କପୁର ନିଜ ଟିମ ସହ ସୋମବାର ସକାଳ ୭ଟା ରେ ଅଯୋଧ୍ୟାରେ ପହଞ୍ଚିବେ। କରଣର ମହନ୍ତଙ୍କ ଅକ୍ସିଜେନ ସ୍ଥର ଏପଟ ସେପଟ ହେଉଛି।

ମହନ୍ତ ନୃତ୍ୟ ଗୋପାଳ ଦାସ ଛୋଟି ଛାବନିର। ତାଙ୍କ ଶିଷ୍ୟ ସାରା ଦେଶ ଓ ବିଶ୍ୱରେ ଅଛନ୍ତି। ସେ କେବଳ ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ନୁହେଁ ବରଂ କୃଷ୍ଣ ଜନ୍ମଭୂମି ନ୍ୟାସର ମଧ୍ୟ ଅଧ୍ୟକ୍ଷ। ମଥୁରାରେ କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସେ ସେଠାରେ ଉପସ୍ଥିତ ହୁଅନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ