ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ଉପରେ ଏକ ଓଡ଼ିଆ ଭଜନ ‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ପୋଷ୍ଟ୍ କରିଛନ୍ତି। ଏହି ଭଜନକୁ ସରୋଜ ରଥ ରଚନା କରିଥିବାବେଳେ ନମିତା ଅଗ୍ରୱାଲ ଗାଇଛନ୍ତି। ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତର ପ୍ରତ୍ୟେକ ପ୍ରାନ୍ତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ରହିଛି। ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣମାନଙ୍କୁ ତାଙ୍କ ପ୍ରତି ସମର୍ପିତ ଅନେକ ଭଜନ ଦେଖିବାକୁ ମିଳିବ। ଏଠାରେ ଓଡ଼ିଆରେ ହୋଇଥିବା ଏଭଳି ଏକ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଶ୍ରୀରାମଙ୍କ ଉପରେ ଆଧାରିତ ନମିତା ଅଗ୍ରୱାଲଙ୍କ ଓଡ଼ିଆ ଭଜନ ପୋଷ୍ଟ କଲେ ମୋଦି