ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର, ପୁରୁଷ ଜେଟିପିଙ୍କ ନାଁରେ ଆସିଲା ଅଭିଯୋଗ

ପୁରୀ ୦୨।୦୫ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର। ଜଣେ ପୁରୁଷ ଜେଟିପି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେବେ ଜଣେ ପୁରୁଷ ସୁରକ୍ଷା କର୍ମୀ ମହିଳାଙ୍କୁ ଏଭଳି ଦୁର୍ବ୍ୟବହାର କରିବା କେତେ ଦୂର ଠିକ୍ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଖବର ଅନୁଯାୟୀ, ମହିଳାଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଜେଟିପି ତାଙ୍କୁ ମନ୍ଦିର ଭିତରକୁ ଛାଡିନଥିଲେ। କେବଳ ସେତିକି ନୁହେଁ ମହିଳାଙ୍କୁ ଧକ୍କା ଦେବା ସହ ତାଙ୍କୁ ସିଂହଦ୍ଵାର ବାହାରକୁ ଯିବା ପାଇଁ କହିଥିଲେ। ତେବେ ଘଟଣାର କିଛି ସମୟ ପରେ ଜଣେ ମହିଳା ପୋଲିସ ଆସି ସମ୍ପୃକ୍ତ ମହିଳାଙ୍କୁ ଶ୍ରୀମନ୍ଦିର ଭିତରକୁ ନଯିବା ପାଇଁ ତାଗିଦ୍ କରିଥିଲେ। କିନ୍ତୁ ମହିଳାଜଣକ ଶ୍ରୀମନ୍ଦିର ଭିତରକୁ ଯିବେ ବୋଲି ଚିତ୍କାର କରିବା ସହ ସିଂହଦ୍ଵାର ଅରୁଣ ସ୍ତମ୍ବ ଠାରେ ବସି ରହିଥିଲେ।

ମହିଳାଜଣକ ଗତ ଦୁଇ ଦିନ ପୂର୍ବେ ରାତିରେ କୋଇଲି ବୈକୁଣ୍ଠ ଭିତରେ ଲୁଚିକି ରହିଥିବା ବେଳେ ତାଙ୍କୁ ପୋଲିସ ଓ ଜେଟିପି ବାହାରକୁ ବାହାର କରିବା ପରେ ଶ୍ରୀମନ୍ଦିର ସୋଧ କରାଯାଇଥିଲା ବୋଲି ଜେଟିପି ଅଭିଯୋଗ କରିଛନ୍ତି। ସେଥିପାଇଁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ନାହିଁ ବୋଲି ଜେଟିପି କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ କାହିଁକି ମହିଳା ପୋଲିସଙ୍କୁ ମୁତୟନ କରାଯାଉନାହିଁ। ଜଣେ ପୁରୁଷ ସୁରକ୍ଷା କର୍ମୀ ମହିଳାଙ୍କୁ ଏଭଳି ଦୁର୍ବ୍ୟବହାର କରିବା କେତେ ଦୂର ଠିକ୍ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।