ରାଜ୍ୟ

ଶ୍ରୀମନ୍ଦିର ସିଂହଦ୍ବାର ସିଂହମୂର୍ତ୍ତିକୁ ନେଇ ବିଭ୍ରାନ୍ତି

ପୁରୀ : ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ବାରର ନବକଳେବର କରାଯାଇଛି। ପୁରୁଣା ଦ୍ବାରକୁ କାଢ଼ି ବର୍ମା ଶାଗୁଆନ କାଠରେ ନୂଆ ସିଂହଦ୍ବାର ନିର୍ମାଣ କରାଯାଇଛି। ଏହା ଉପରେ ରୁପାଛାଉଣି କରାଯାଇଛି। କିନ୍ତୁ ଏବେ ସିଂହଦ୍ବାର ନିର୍ମାଣ ଶୈଳୀକୁ ନେଇ ଭକ୍ତଙ୍କ ମହଲରେ ବିଭ୍ରାନ୍ତି ଆରମ୍ଭ ହୋଇଛି। କେହି ବ୍ୟକ୍ତି ସିଂହଦ୍ବାରର ଫଟୋକୁ ଏଡିଟ୍‌ କରି ଏହାକୁ ଭୁଲ୍‌ ଚିତ୍ରିତ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଛି। ଏଭଳି ବିଭ୍ରାନ୍ତି ଭକ୍ତଙ୍କ ମହଲରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଯେଉଁମାନେ ଏଭଳି କରିଛନ୍ତି, ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭକ୍ତ ମହଲ ଦାବିକରିଛନ୍ତି।

ଅଭିଯୋଗ ଅନୁସାରେ, ସିଂହଦ୍ବାରରେ ଥିବା ଦୁଇ ସିଂହମୂର୍ତ୍ତିକୁ ଏଡିଟ୍‌ କରି ଦୁଇ ସିଂହ ମୂର୍ତ୍ତିଙ୍କ ମୁହଁ ଗୋଟିଏ ପାର୍ଶ୍ବକୁ ରଖିଛନ୍ତି। ଏହାକୁ ନାଲି ଗାର ଟାଣି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ସହ ନୂଆ ରୁପା ଛାଉଣି ଦ୍ବାରର ଫଟୋ ଯୋଡ଼ି ରୁପା କାରୁକାର୍ଯ୍ୟ ନିର୍ମାଣ ବେଳେ ତ୍ରୁଟି କରାଯାଇଥିବା ଓ ଏଥିରେ ଭିନ୍ନତା ଥିବା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି।

କେହି କେହି ଏହା ଶ୍ରୀମନ୍ଦିର ପାଇଁ ଶୁଭଙ୍କର ନୁହେଁ ବୋଲି ମତ ଦେଇଛନ୍ତି। ଭକ୍ତ ସ୍ବରୂପ ପଟ୍ଟନାୟକ ବି ଏଭଳି ଚିତ୍ର ଦେଖିବା ପରେ ପ୍ରଥମେ ଭ୍ରମରେ ପଡ଼ିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେଉଁମାନେ ଏଭଳି କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ସିଂହଦ୍ବାରରେ ଯେଭଳି ଦୁଇ ସିଂହମୂର୍ତ୍ତି ରହିଥିଲା, ଏବେ ବି ସେହିଭଳି ରହିଛି। ରୁପା ଲାଗିବା ପରେ କୌଣସି ପରିବର୍ତ୍ତନ ହୋଇନାହିଁ। କେହି ପୂର୍ବ କବାଟରେ ଥିବା ସିଂହ ମୂର୍ତ୍ତିକୁ ଏଡିଟ୍‌ କରି ବୁଲାଇ, ଭକ୍ତଙ୍କୁ ବିଭ୍ରାନ୍ତି କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।