ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଭିତରେ ଦଳାଚକଟା: ବୃଦ୍ଧା ଓ ନାବାଳିକା ଆହତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ଶ୍ରୀମନ୍ଦିରରେ ମଙ୍ଗଳା ଆଳତି ଦର୍ଶନ ସମୟରେ ଦଳଚକଟା ହେବାରୁ ୨ଜଣ ଆହତ ହୋଇଛନ୍ତି। ଦୁଇଜଣ ଭିତ‌ରୁ ଜଣେ ୬୫ ବର୍ଷୀୟା ବୃଦ୍ଧା ଏବଂ ଅନ୍ୟ ଜଣେ ହେଉଛନ୍ତି ୧୬ ବର୍ଷୀୟା ନାବାଳିକା। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ଦ୍ବିତୀୟ ଶନିବାର ଏବଂ ରବିବାର ଯୋଗୁ ପୁରୀରେ ପ୍ରବଳ ଭିଡ଼ ରହିଥିଲା। ରବିବାର ଭୋର୍‌ ପ୍ରାୟ ୪ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ମଙ୍ଗଳା ଆଳତି ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଭିତରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥିଲେ। ଜଗମୋହନରେ ମଧ୍ୟ ଭକ୍ତଙ୍କ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା। ସକାଳ ପ୍ରାୟ ସାଢ଼େ ଛଅଟା ବେଳକୁ ଦଳାଚକଟା ପରିସ୍ଥିତି ଦେଖାଦେଇଥିଲା। ଭିତରକାଠ ପାଖ ବ୍ୟାରିକେଡ୍‌ ଭିତରେ ଠେଲାପେଲା ହେବାରୁ କଟକ ପିଠାପୁରର ଦିବ୍ୟା ସାହୁ(୧୬) ଓ ପୁରୀ ହାଡ଼ଗୋଡ଼ିଆସାହିର ସୁଲୋଚନା ସାହୁ(୬୫) ତଳେ ପଡ଼ିଯାଇଥିଲେ। ଏହିସମୟରେ କେତେଜଣ ଶ୍ରଦ୍ଧାଳୁ ସେମାନଙ୍କ ଉପରେ ଚଢ଼ିଯାଇଥିଲେ। ଫଳରେ ଦୁଇଜଣ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଦିବ୍ୟାଙ୍କୁ ତାଙ୍କ ପରିବାର ଲୋକେ କଟକକୁ ନେଇଯାଇଥିବା ବେଳେ ସୁଲୋଚନା ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଦର୍ଶନ ପାଇଁ ଏକକାଳୀନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜଗମୋହନ ଭିତରକୁ ପଶିଯିବା ସହ ଠେଲାପେଲା ହେବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ‌ହୋଇଛି। ଅପରପକ୍ଷେ ଶ୍ରଦ୍ଧାଳଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ଆବଶ୍ୟକ ସଂଖ୍ୟକ ପୁଲିସ ନଥିବା ଅଭିଯୋଗ ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।