କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସିଂହଦ୍ବାର, ପଶ୍ଚିମଦ୍ବାରରୁ ଭକ୍ତଙ୍କୁ ପ୍ରବେଶ ଅନୁମତି

ପୁରୀ: ବହୁଦିନରୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦର୍ଶନ ଦାବିପରେ ଦର୍ଶନ କଟକଣା କୋହଳ କରାଯାଇଛି। ଏଥର ଶ୍ରୀମନ୍ଦିର ସିଂହଦ୍ବାର ସହ ଭକ୍ତଙ୍କୁ ପଶ୍ଚିମଦ୍ବାରରୁ ବି ଦର୍ଶନ ପାଇଁ ପ୍ରବେଶ ଅନୁମତି ମିଳିବ। ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ ପରେ ଦର୍ଶନ ସାରି ଉତ୍ତର ଓ ଦକ୍ଷିଣଦ୍ବାର ଦେଇ ପ୍ରସ୍ଥାନ କରିବେ। ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ। ସିଂହଦ୍ବାରରେ ଥିବା ସେଡ୍‌କୁ ପଶ୍ଚିମଦ୍ବାରକୁ ସ୍ଥାନାନ୍ତର କରାଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେପଟେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ ଉପରେ ଆଲୋଚନା ଥିଲେ ବି ସମୟ ଅଭାବରୁ ଏହା ପୂର୍ଣ୍ଣାଙ୍ଗ ହୋଇପାରିନି। ଏଣୁ ଆସନ୍ତା ୨୫ ତାରିଖରେ ପୁନଃ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ. ବିଶାଳ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଆସନ୍ତା ୩ ତାରିଖରେ ଚନ୍ଦନଯାତ୍ରା। ଏହାପୂର୍ବରୁ ନୀତି ସବ୍‌କମିଟି ଓ ଛତିଶାନିଯୋଗ ବୈଠକରେ ଚନ୍ଦନଯାତ୍ରା, ଭଉଁରୀ ଯାତ୍ରା ଆଦିର ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ମୋହର ମାରିଛି। ସେପଟେ ଆଜି ଶ୍ରୀମନ୍ଦିର ବାର୍ଷିକ ବଜେଟ୍‌ ଉପରେ ଆଲୋଚନା ଚାଲିଥିଲା। କିନ୍ତୁ ଏହି ବୈଠକ ‌ଶେଷ ହୋଇପାରିନାହିଁ। ପୁଣିଥରେ ୨୫ ତାରିଖରେ ବୈଠକ ବସି ବଜେଟ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆଗକୁ ରଥଯାତ୍ରା ରହିଛି। ଏହାର ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି। ଆସନ୍ତା ୩ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏହାସହ ସିଂହଦ୍ବାର ଯେଉଁ ସେଡ୍‌ ରହିଛି, ରଥଯାତ୍ରା ଶେଷ ପର୍ଯ୍ୟନ୍ତ ତାକୁ ପଶ୍ଚିମଦ୍ବାରକୁ ସ୍ଥାନାନ୍ତର କରାଯିବ।

ଅନ୍ୟପଟେ ଭକ୍ତମାନେ ଏଥର ୨୯ ତାରିଖରୁ ଉଭୟ ପୂର୍ବ(ସିଂହଦ୍ବାର) ଓ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ବୋଲି ସେ କହିଛନ୍ତି। ସେପଟେ ନୂଆକରି ଦାୟିତ୍ବ ନେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବଙ୍କୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଭେଟି ଦେଇ ସ୍ବାଗତ ଜଣାଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଥିଲା। ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ଚାରିଦ୍ବାରରୁ ଦର୍ଶନ ପାଇଁ ଦାବି ହୋଇ ଆସୁଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,