ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବଦଳୁଛି ସ୍ବର୍ଣ୍ଣାଭ ବେଳାଭୂମି

ପୁରୀ: ଦେଶ ବିଦେଶରେ ସୁଖ୍ୟାତି ଅର୍ଜିଥିବା ପୁରୀ ସୂ୍ର୍ଣ୍ଣାଭ ବେଳାଭୂମିର ବଦଳୁଛି କଳେବର। ବେଳାଭୂମି ସହ ବେଳାମାର୍ଗର ହେବ ଆଖିଝଲସା ସୌନ୍ଦର୍ଯ୍ୟୀକରଣ। ବ୍ଲୁ-ଫ୍ଲାଗ୍‌ର ଅନୁଭବ ଦେବ ଦିଗବାରେଣୀରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ବିସ୍ତୃତ ବେଳାଭୂମି। ‘ଅବଢ଼ା’ ଯୋଜନାରେ ପ୍ରାୟ ୧୦୨ କୋଟି ଟଙ୍କା ବ୍ୟୟରେ ଦିଗବାରେଣୀ ଛକଠାରୁ ଷ୍ଟର୍ଲିନ୍‌ ଛକ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ କିଲୋମିଟର ପରିବ୍ୟାପ୍ତ ବେଳାମାର୍ଗ ଓ ବେଳାଭୂମିର ଚାଲିଛି ଉନ୍ନତୀକରଣ। ଖୁବ୍‌ଶୀଘ୍ର ଦେଶ ବିଦେଶର ପର୍ଯ୍ୟଟକ ବେଳାଭୂମିର ନୂଆରୂପ ଦେଖିବେ। ଏହି ବିକାଶ କ୍ରମରେ ଆଚାର୍ଯ୍ୟ ହରିହର ଛକରୁ ଦିଗବାରେଣୀ ଛକ ପର୍ଯ୍ୟନ୍ତ ରାସ୍ତାକୁ ସଂପ୍ରସାରଣ କରାଯିବ। ଆଚାର୍ଯ୍ୟ ହରିହର ଗୋଲେଇ ଛକ ଓସାରିଆ କରିବା ପାଇଁ ପୌରପାଳିକାର କିଛି ଜାଗାକୁ ବିନିଯୋଗ କରାଯିବ। ବେଳାଭୂମି ପରିସରରେ ବ୍ଲୁ-ଫ୍ଲାଗ ବିଚ୍ ସଦୃଶ ଲ୍ୟାଣ୍ଡସ୍କେପିଂ କରାଯାଉଛି। ଝାଉଁ ଗଛ ଲଗାଯାଉଛି। ଦିଗବାରେଣୀରୁ ଷ୍ଟର୍ଲିନ୍‌ ଛକ ପର୍ଯ୍ୟନ୍ତ ଏହି ଗଛଗୁଡ଼ିକ ୬ ଫୁଟ୍‌ ଉଚ୍ଚ ବିଶିଷ୍ଟ ରହିବ। ସମୁଦ୍ରର ଦୃଶ୍ୟ ଉପଭୋଗ କରିବା ପାଇଁ ‘ୱାଚ୍‌ ଟାୱାର୍‌’ ସ୍ଥାପନ କରାଯାଉଛି। ବେଳାମାର୍ଗକୁ ସୁଦୃଶ୍ୟ ଆଲୋକୀକରଣରେ ସୁସଜ୍ଜିତ କରାଯାଉଛି। ପାନୀୟ ଜଳ ଓ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା କରାଯାଉଛି। ସାଢ଼େ ୪ କିଲୋମିଟର ବେଳାମାର୍ଗରୁ ପ୍ରାୟ ୧୮୦୦ ମିଟର ପର୍ଯ୍ୟନ୍ତ ୫ ଫୁଟ୍‌ ଓସାରର ଗ୍ରାନାଇଟ୍‌ର ପାଦଚଲା ରାସ୍ତା ରହିବ। ବାକି ରାସ୍ତା କବଲ୍‌ ଷ୍ଟୋନ ଖଞ୍ଜାଯାଇ ଆକର୍ଷଣୀୟ କରାଯିବ। ସାଙ୍ଗକୁ ବହୁତଳ ପାର୍କିଂ ଓ ବେଳାଭୂମି ବ୍ୟବସାୟୀଙ୍କ ପାଇଁ କଳଙ୍କି ନିରୋଧ କିଓସ୍କୋ ବ୍ୟବସ୍ଥା କରାଯାଉଛି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍‌(ଓବିସସି)ର ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ରାଉତ କହିଛନ୍ତି, ଓବିସିସି ପକ୍ଷରୁ ଏହାର ଟେଣ୍ଡର୍‌ ସରିଛି। ନିର୍ମାଣ ଓ ସୌନ୍ଦର୍ଯ୍ୟୀକରଣ କାମ ଖୁବ୍‌ଶୀଘ୍ର ସାରିବାକୁ ଚୁକ୍ତି ହୋଇଛି ବୋଲି ସେ କହିଛନ୍ତି।

ବେଳାଭୂମି ବ୍ୟବସାୟୀଙ୍କ ପାଇଁ ୬୬୬ କଳଙ୍କିବିହୀନ କିଓସ୍କ
କେବଳ ବେଳାଭୂମି ଓ ବେଳାମାର୍ଗର ସୌନ୍ଦର୍ଯ୍ୟୀକରଣ କରାଯିବନି, ଯେଉଁ ବ୍ୟବସାୟୀମାନେ ବେଳାଭୂମି ଉପରେ ନିର୍ଭର କରୁଥିଲେ, ସେମାନଙ୍କୁ ବି ଥଇଥାନ କରିବାକୁ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ବେଳାଭୂମି ପରିସରରେ ଏଣିକି ବ୍ୟବସାୟୀମାନେ ଏଣେତେଣେ ବସି ବ୍ୟବସାୟ କରିବେନି। ବଜାର ପାଇଁ ବେଳାଭୂମି ପରିସରରେ ସ୍ବତନ୍ତ୍ର ସ୍ଥାନ ନିରୂପଣ ହେବ। ଏଥିପାଇଁ ବେଳାଭୂମିରେ ୬୬୬ଟି କଳଙ୍କିବିହୀନ କିଓସ୍କୋ ସ୍ଥାପନ ହେବ। ଏ ଭିତରେ ୧୨୦ଟି କଳଙ୍କି ନିରୋଧ କିଓସ୍କୋ ନିର୍ମାଣ ସରିଛି। ବାକି କିଓସ୍କୋ ନିର୍ମାଣାଧୀନ ରହିଛି। ସମସ୍ତ ବ୍ୟବସାୟୀ ସମାନ ପ୍ରକାର କିଓସ୍କୋରେ ବ୍ୟବସାୟ ପସରା ମେଲାଇବେ। ଲୋକେ ଗୋଟିଏ ସ୍ଥାନରୁ ମାର୍କେିଟିଂ ସୁଯୋଗ ପାଇପାରିବେ। ଏହାବ୍ୟତୀତ ଅନ୍ୟ ଆନୁଷଙ୍ଗିକ ଉନ୍ନତୀକରଣ କରାଯିବ। ଯାହା ବେଳାଭୂମିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦେବ।

ଦିଗବାରେଣୀ ଛକରେ ବହୁତଳ ପାର୍କିଂ
ଏବେ ନାଲିପଡ଼ିଆରେ ପାର୍କିଂ ସୁବିଧା ରହିଥିଲେ ହେଁ ତାହା ପର୍ଯ୍ୟଟକଙ୍କ ଗାଡ଼ି ପାର୍କିଂ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଫଳରେ ବେଳାମାର୍ଗରେ ଗାଡ଼ି ପାର୍କିଂ ସହ ପ୍ରତିଦିନ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ତେଣୁ ରାଜ୍ୟ ସରକାର ନିଷ୍ପତ୍ତିକ୍ରମେ ବେଳାମାର୍ଗରେ ପାର୍କିଂ ସ୍ଥାନ ସଂପ୍ରସାରଣ କରାଯାଉଛି। ଦିଗବାରେଣୀ ଛକ ନିକଟରେ ଥିବା ପୁରୁଣା ପାର୍କିଂକୁ ଭାଙ୍ଗି ବହୁତଳ ପାର୍କିଂ(ଜି+୩) ବ୍ୟବସ୍ଥା କରାଯାଉଛି। ଏଠାରେ ପ୍ରାୟ ୧୦ହଜାର ୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ପାର୍କିଂ ସୁବିଧା ରହିବ। ବେସମେଣ୍ଟ, ଗ୍ରାଉଣ୍ଡଫ୍ଲୋର ସହ ତିନି ମହଲାବିଶିଷ୍ଟ କୋଠାରେ ଏକକାଳୀନ ୩୦୦ କାର ପାର୍କିଂ କରିହେବ। ଏହା ବ୍ୟତୀତ ନାଲିପଡ଼ିଆ ଓ ସିପସରୁବାଲିରେ ମଧ୍ୟ ଅନୁରୂପ ପାର୍କିଂ ବ୍ୟବସ୍ଥା ହେବ।

ଭଦ୍ରକ ଜିଲ୍ଲା

ସଂକୀର୍ତ୍ତନରେ କମ୍ପିଲା ଦାଣ୍ଡ
ଭଦ୍ରକ: ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି। ଭକ୍ତମାନେ ଭାବରେ ଭିଜୁଛନ୍ତି। ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ସାରା ରାଜ୍ୟରେ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍‌ ଅଧୀନ ୨୧୮ ପଞ୍ଚାୟତ ଓ ୪ଟି ପୌରାଞ୍ଚଳ ଅଧୀନ ୬୫ଟି ୱାର୍ଡରେ ‘ଜୟ ଜଗନ୍ନାଥ ଅର୍ପଣ ରଥ’ ଗଡ଼ୁଛି। ଏହି ଅବସରରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଅର୍ପଣ କରୁଛନ୍ତି। ସଂକୀର୍ତ୍ତନ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନିରେ ଗଗନପବନ ପ୍ରକମ୍ପିତ ହୋଇଉଠୁଛି। ରାସ୍ତାଘାଟ, ଯେଉଁଆଡ଼େ ଚାହିଁଲେ ଝୋଟିଚିତା ଦୃଶ୍ୟମାନ ହେଉଛି। ଚନ୍ଦନ ଓ କର୍ପୁରର ସୁଗନ୍ଧରେ ଅଞ୍ଚଳ ଭରିଯାଉଛି। ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମକୁ ସରକାରୀ ଦଳର ନେତା ଓ କର୍ମୀମାନଙ୍କ ସହ ଦଳମତ ଓ ସମ୍ପ୍ରଦାୟ ନିର୍ବିଶେଷ​ରେ ବହୁ ନେତୃବୃନ୍ଦ ତଥା ସରକାରୀ କର୍ମଚାରୀ, ଅନୁଷ୍ଠାନର କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତିମାନେ ପରିଚାଳନା କରୁଛନ୍ତି। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ଅନ୍ୟ ନିର୍ବାଚନମଣ୍ଡଳୀର ବିଧାୟକମାନେ ନେତୃତ୍ବ ନେଉଛନ୍ତି।
ଭାବରେ ଭିଜିଲେ ମା’
ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ପିଣ୍ଡାପଥର ପଞ୍ଚାୟତ ମହୁଲଛାପଲ ଗ୍ରାମରେ ଗୁରୁବାର ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି। ଅର୍ପଣ ରଥ ପହଞ୍ଚିବା ପରେ ଗ୍ରାମବାସୀ ସ୍ବାଗତ କରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ସେହି ଗାଁର ବୋହୂ ତଥା ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ଭାବ ଜଗନ୍ନାଥ ପ୍ରେମରେ ଭାବ ବିହ୍ବଳ ହୋଇ ଭଜନ ଗାଇ ଗାଇ ନୃତ୍ୟ କରିଥିଲେ। ଏଭଳି ଆଧ୍ୟା​ତ୍ମିକ ପରିବେଶରେ ଉପସ୍ଥିତ ଲୋକେ ଭକ୍ତିଭାବରେ ମଜ୍ଜି ଯାଇଥିଲେ। ପଞ୍ଚାୟତ ଇଓ ହିମାଂଶୁ ପଟେଲ, ସୁଦଶା କର୍ସେଲ, ସସ୍ମିତା ପଟେଲ, ରିନି ନାୟକଙ୍କ ସମେତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। ସେହିଭଳି ଲରିଆପାଲି, ଗଡ଼ପୋଷ, କିନାବଗା, ସାଗରା ଆଦି ପଞ୍ଚାୟତ ଓ ନୂଆଡିହିରେ ମଧ୍ୟ ଶତାଧିକ ଜଗନ୍ନାଥ ପ୍ରେମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହିପରି ଆଜି ସମ୍ବଲପୁର ମହାନଗର ଅନ୍ତର୍ଗତ ଚାରଭାଟି, କୁଲୁଥକାନି, ଏନ୍‌ଏସ୍‌ସିବି କଲେଜ, ଗୋଲବଜାର, ସାଲିହାବଗିଚା, କୁମ୍ଭାରପଡ଼ା, ଦାନୀବନ୍ଧ, ଏସ୍‌ଡିଏ କଲୋନି, ଲକ୍ଷ୍ମୀଟକିଜ୍‌, ପାଣିଟାଙ୍କିପଡ଼ା ପ୍ରଭୃତି ଅଞ୍ଚଳରେ ରଥକୁ ସ୍ବାଗତ କରାଯାଇଥିବା ବେଳେ ମହିଳାମାନେ ଭାବବିହ୍ବଳ ହୋଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ, ଅରୁଆ ଚାଉଳ ଅର୍ପଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।