ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

ପୁରୀ : ଶ୍ରୀମନ୍ଦିରରେ ଜେଟିପି, ମାଳି ନିଯୁକ୍ତିରେ ବ୍ୟାପକ ଅନିୟମିତତାର ଯାଞ୍ଚ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକ୍ରମେ ୨୩ଜଣ ଜେଟିପି ଓ ମାଳିଙ୍କj ଶିକ୍ଷାଗତ ପ୍ରମାଣପତ୍ର ଠିକ୍‌‌ କି ନାହିଁ, ଯାଞ୍ଚ ପାଇଁ ସଂପୃକ୍ତ ବୋର୍ଡକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବାବେଳେ ବାକି ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଓ ମଧ୍ୟମା ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ। ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ଉଭୟ ବୋର୍ଡକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ କିଛି ମାସ ତଳେ ପ୍ରଥମ ପର୍ଯ୍ୟାୟରେ ବହୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିଥିଲା। ଯେଉଁ ପଦବିରେ ଜେଟିପି, ମାଳି ଆଦି ରହିଥିଲେ। ଖାଲି ଥିବା ପଦବି ପୂରଣ ପରେ କିଛି ଆବେଦନକାରୀଙ୍କୁ ପ୍ରତୀକ୍ଷା ତାଲିକା(ୱେଟିଂ ଲିଷ୍ଟ୍‌)ରେ ରଖାଯାଇଥିଲା। ଯଦି କେହି ଚାକିରିରେ ଯୋଗନଦିଅନ୍ତି, ସେହି ପଦବିରେ ପ୍ରତୀକ୍ଷା ତାଲିକାରେ ଥିବା ଆବେଦନକାରୀଙ୍କୁ ନିଯୁକ୍ତି ମିଳିବ ବୋଲି ସ୍ପଷ୍ଟ କରାଯାଇଥିଲା। ନିଯୁକ୍ତି ପରେ କିଛି ପଦବି ଖାଲି ପଡ଼ିବାରୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରତୀକ୍ଷା ତାଲିକାରେ ଥିବା ଆବେଦନକାରୀଙ୍କୁ ଏହି ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିଲା। ଚୁକ୍ତିଭିତ୍ତିକ ଚାକିରିଆଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ଦ୍ବିତୀୟ ପର୍ଯ୍ୟାୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଜେଟିପି, ମାଳି ଆଦିଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା।

ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଯାଞ୍ଚ କମିଟି ଗଠନ ହୋଇଥିଲା। ଯେହେତୁ ଜେଟିପି, ମାଳି ଆଦିଙ୍କ ଚାକିରି ପାଇଁ ଦଶମ ପାସ୍‌ ଶିକ୍ଷାଗତ ପ୍ରମାଣପତ୍ର ଆବଶ୍ୟକ ଥିଲା, ସେଥିପାଇଁ ସମସ୍ତଙ୍କୁ ଦଶମ ଶିକ୍ଷାଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଥିଲା। ଯାଞ୍ଚ କମିଟି ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ବେଳେ ୨୩ଜଣଙ୍କ ପ୍ରମାଣପତ୍ର ଉପରେ ସନ୍ଦେହ ପ୍ରକଟ କରିଥିଲା। ମୂଳ ପ୍ରମାଣପତ୍ର ସହ ଜେରକ୍ସ ପ୍ରମାଣପତ୍ର ମେଳ ନ ଖାଇବାରୁ ଯାଞ୍ଚ କମିଟି ୨୩ଜଣଙ୍କ ଶିକ୍ଷା ପ୍ରମାଣପତ୍ର ଅସଲି କି ନକଲି, ଯାଞ୍ଚ ପାଇଁ ସଂପୃକ୍ତ ବୋର୍ଡକୁ ପଠାଇବାକୁ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏଷ୍ଟାବ୍ଲିସମେଣ୍ଟ ସେକ୍ସନକୁ ଚିଠି ‌କରି ସୁପାରିସ କରିଥିଲା। କିନ୍ତୁ କେତେକଙ୍କ ଚାପରେ ଚାଞ୍ଚ କମିଟିର ଏହି ରି ପୋର୍ଟକୁ ବରିଷ୍ଠ ଅଧିକାରୀମାନେ ଚପାଇ ରଖିଥିଲେ। ବହୁ ମାସ ଯାଞ୍ଚ କମିଟି ରିପୋର୍ଟକୁ ଚାପି ରଖିବା ପରେ ଗତ ମାସରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।