କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ: ଭାଇରାଲ୍‌ ହେଉଛି ଶ୍ରୀମନ୍ଦିର ନିର୍ମାଣ ଶୈଳୀ ନକ୍ସା

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ଘନେଇଥିବା ବେଳେ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ଏହାର ଚାପ ବଳୟକୁ ନେଇ ଏକ ନକ୍ସା ତଥା ଚିତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସମ୍ବଲପୁରରେ କେହି ବ୍ୟକ୍ତି ଏହି ଚିତ୍ରଙ୍କୁ ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ଆଜି ପୁରୀ ଜିଲ୍ଲାର ଅନେକ ସୋସିଆଲ୍‌ ସାଇଟ୍‌ରେ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି।

ଶ୍ରୀମନ୍ଦିର କେଉଁଭଳି ଚାପବଳୟ ଉପରେ ଠିଆ ହୋଇଛି ଓ ଏହି ଚାପ ବଳୟ ଖନନ କଲେ ଶ୍ରୀମନ୍ଦିର ଉପରେ କି ପ୍ରଭାବ ପଡ଼ିବ, ସେ ଉପରେ ଚିତ୍ରରେ ଦର୍ଶାଯାଇଛି।
ସମ୍ବଲପୁରର ଯେଉଁ ବ୍ୟକ୍ତି ଏହି ଚିତ୍ର କରିଛନ୍ତି, ସେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି କି ବିଶ୍ବର ଅଣଗିତ ଭକ୍ତଙ୍କ ଅସ୍ମିତା ସହ ଜଡ଼ିତ ଶ୍ରୀମନ୍ଦିର ଏକ ଚାପ ବଳୟ ଉପରେ ଠିଆ ହୋଇଛି। ତଳୁ ଏକ ବିରାଟ ଚାପବଳୟ ଶ୍ରୀମନ୍ଦିର ଧରିରଖିଛି। ମାଟି, ବାଲିର ଏହି ଚାପ ବଳୟ ଶ୍ରୀମନ୍ଦିର ଓଜନ ହେତୁ ସୃଷ୍ଟି ହୋଇଛି। କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଏହି ଚାପ ବଳୟକୁ ପ୍ରଭାବିତ କରୁଛି। ଚାପ ବଳୟ ପ୍ରଭାବିତ ହେବା ଦ୍ବାରା ମାଟିର ଓଜନ ଧାରଣ କ୍ଷମତାରେ ବି ହ୍ରାସ ପାଉଛି। ଯାହା ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣ ହୋଇପାରେ ବୋଲି ଏହି ଚିତ୍ରରେ ଦର୍ଶାଯାଇଛି। ଚିତ୍ରରେ ଚାପ ବଳୟର ଏକ ଗୋଲାକାର ଆକୃତି ଉପରେ ଶ୍ରୀମନ୍ଦିର, ମେଘନାଦ ପାଚେରି କିଭଳି ରହିଛି, ତାକୁ ଏହି ଚିତ୍ର ଜରିଆରେ ଦର୍ଶାଯାଇଛି। କିଏ ‌ଏହି ଚିତ୍ର କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ବି ଆଜି ଦିନତମାମ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭକ୍ତ, ସେବାୟତ ମହଲରେ ବି ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି। ବିଭିନ୍ନ ସୋସିଆଲ୍‌ ମିଡିଆରେ ବି ଏହା ଭାଇରାଲ୍‌ ହେବାରେ ଲାଗିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,