ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଶ୍ରୀମନ୍ଦିରର ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍, ସାମୟିକ ବନ୍ଦ ହେଲା ଟିକାକରଣ କେନ୍ଦ୍ର

ପୁରୀ ୫।୪: ଶ୍ରୀମନ୍ଦିରର ଜଣେ କର୍ମଚାରୀଙ୍କ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ଟିକାକରଣ କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରାଯାଇଛି । କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ମଧ୍ୟ ଟିକାକରଣ ସ୍ଥାନକୁ ସାନିଟାଇଜ ନ କରାଯାଇ ଶ୍ରୀମନ୍ଦିର ସେବାୟତଙ୍କୁ ଉକ୍ତ ସ୍ଥାନରେ କୋଭିଡ୍ ଟିକା ଦିଆଯିବାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଯଦି ସେବାୟତ କୋଭିଡ୍ ସଂକ୍ରମିତ ହୁଅନ୍ତି ସେଥିପାଇଁ କିଏ ଦାୟୀ ରହିବ ବୋଲି ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅବହେଳା ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ପରେ ଉତ୍ତେଜନା ସୃଷ୍ଟି ହେବାରୁ ଲୋକନାଥ ରୋଡ଼ର ଭିତର ନିଯୋଗରେ ଚାଲିଥିବା କୋଭିଡ୍ ଟିକାକରଣକୁ ସାମୟିକ ପାଇଁ ସ୍ଥଗିତ ରଖାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ