ଅପରାଧ ରାଜ୍ୟ

ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ପୁଣି ମାଡ଼

ପୁରୀ : ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଦର୍ଶନ ବେଳେ ପୁଣି ବିଶୃଙ୍ଖଳା ଦେଖାଦେଇଛି। ଦର୍ଶନ କରିବାକୁ ଯିବାବେଳେ ଶ୍ରୀମନ୍ଦିର ଭିତରେ ଜଣେ ହବିଷ୍ୟାଳୀଙ୍କୁ ସେବାୟତ, ଜେଟିପିମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧକ୍କା ମାରିଛନ୍ତି। ହବିଷ୍ୟାଳୀ ଜଣକ ହେଲେ ବୃନ୍ଦାବତୀ ନିବାସରେ ରହୁଥିବା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ କୁମ୍ଭାରପଡ଼ାର ଶୈଳବାଳା ପଣ୍ଡା(୭୩)। ସେ ବୃନ୍ଦାବତୀ ନିବାସର ତୃତୀୟ ମହଲା ୩୦୨ ନମ୍ବର କକ୍ଷରେ ରହୁଛନ୍ତି। କେବଳ ହବିଷ୍ୟାଳୀ ନୁହନ୍ତି, ତାଙ୍କ ସାଙ୍ଗରେ ଯାଉଥିବା ରେଡ୍‌କ୍ରସ ସ୍ବେଚ୍ଛାସେବୀଙ୍କୁ ବି ଜେଟିପି, ସେବାୟତମାନେ ଦୁର୍ବ୍ୟବହାର କରିଛନ୍ତି। ଏହାକୁ ନେଇ ହବିଷ୍ୟାଳୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏ ସଂପର୍କରେ ଶୈଳବାଳା କହିଛନ୍ତି, ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗାଡ଼ିରେ ସିଂହଦ୍ବାରରେ ଓହ୍ଲାଇବା ପରେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡପ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ତାଙ୍କୁ ଜଣେ ସେବାୟତ ‘ମାଗଣା ଖିଆ, ନବୀନଠୁ ମାଗଣା ଖାଇ ଗୁଲଗୁଲ ହୋଇଛୁ’ କହି ଥଟ୍ଟା କରିଥିଲେ। ପରେ ଦର୍ଶନ ପାଇଁ ଯିବାବେଳେ ଧକ୍କା ମାରି ମନ୍ଦିରରୁ ପଳେଇ ଯା’ ବୋଲି କହିଥିଲେ। ସାଙ୍ଗରେ ଥିବା ସ୍ବେଚ୍ଛାସେବୀ ଦର୍ଶନ
ପାଇଁ ଯାଉଛୁ, ଛାଡ଼ିଦିଅ ବୋଲି କହିବାରୁ ତାଙ୍କୁ ବି ଧକ୍କା ମାରିବା ସହ ଦୁର୍ବ୍ୟବହାର କରିଥିଲେ। ପ୍ରଥମେ ଜଣେ ସେବାୟତ ଏଭଳି ଦୁର୍ବ୍ୟବହାର କରିବା ପରେ ଜେଟିପି ଆସି ପୁଣି ଦୁର୍ବ୍ୟବହାର କରିଥିଲେ ବୋଲି ଶୈଳବାଳା ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।