ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଲାଗୁ ହେଲା ମୋବାଇଲ୍‌ କଟକଣା

ପୁରୀ : ପୂର୍ବଘୋଷଣା ମତେ ଶ୍ରୀମନ୍ଦିରରେ ରବିବାରଠାରୁ ଶ୍ରୀମନ୍ଦିର ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍‌ ନେବା ଉପରେ କଟକଣା ଲାଗୁ କରାଯାଇଛି। ଯେଉଁ ସେବାୟତମାନେ ରବିବାର ଦିନ ଶ୍ରୀମନ୍ଦିରକୁ ଯାଇଛନ୍ତି, ସେମାନେ ପ୍ରବେଶ ପୂର୍ବରୁ ସିଂହଦ୍ବାର ଓ ଦକ୍ଷିଣଦ୍ବାରରେ ଖୋଲାଯାଇଥିବା ସ୍ବତନ୍ତ୍ର ମୋବାଇଲ୍‌ କେନ୍ଦ୍ରରେ ନିଜ‌ ମୋବାଇଲ୍‌ ଜମା ଦେଇ ମନ୍ଦିରକୁ ପ୍ରବେଶ କରିଛନ୍ତି। ଏହିଠାରେ ମୋବାଇଲ୍‌ ଜମା ରଖି ଶ୍ରୀମନ୍ଦିର ଯାଇ ପୂଜା, ନୀତିକାନ୍ତି କାମ ସାରି ପୁନର୍ବାର ଜମା କେନ୍ଦ୍ରରୁ ମୋବାଇଲ୍‌ ନେଇ ଫେରିଛନ୍ତି। କିନ୍ତୁ ସେବାୟତ, ଅଧିକାରୀ, କର୍ମଚାରୀମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉନଥିବାରୁ ରବିବାରର ପ୍ରଥମ ଦିନରେ ଅନେକ ଶ୍ରୀମନ୍ଦିରକୁ ମୋବାଇଲ୍‌ ନେଇ ପ୍ରବେଶ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ଏସ୍‌ପି ଶ୍ରୀମନ୍ଦିର ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ଏହି କଟକଣା ଲଗାଇଛନ୍ତି। ଡ୍ୟୁଟି ସମୟରେ କେହି ବି ପୁଲିସ ନିଜ ପାଖରେ ସ୍ମାର୍ଟଫୋନ୍‌ ରଖି ପାରିବେ ନାହିଁ ବୋଲି କଡ଼ା କଟକଣା ଲଗାଯାଇଛି। ସେପଟେ କେବଳ ନୀତିକାନ୍ତି ସମ୍ପର୍କିତ ସୂଚନା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକମାତ୍ର ଫୋନ୍‌ ରଖାଯାଇଛି। ଯାହା କମାଣ୍ଡରଙ୍କ ନିୟନ୍ତ୍ରଣରେ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।