ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶ୍ରୀନଗର ସ୍କୁଲ୍‌ ‘ଡ୍ରେସ୍‌ କୋଡ୍‌’ ପାଇଁ ଆତଙ୍କବାଦୀ ଧମକ; କ୍ଷମା ମାଗିଲେ ଅଧ୍ୟକ୍ଷା

ଶ୍ରୀନଗର: ସ୍କୁଲ୍‌ରେ ‘ଡ୍ରେସ୍‌ କ‌ୋଡ୍’ ଲାଗୁ କରିବା କାରଣରୁ ଏକ ଆତଙ୍କବାଦୀ ସଙ୍ଗଠନରୁ ଧମକ ପାଇବା ପରେ ଉକ୍ତ ସ୍କୁଲ୍‌ର ଅଧ୍ୟକ୍ଷା କ୍ଷମା ମାଗିଛନ୍ତି ବୋଲି ‘ଏନ୍‌ଡିଡିଭି’ ରିପୋର୍ଟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ‘ବିଶ୍ବ ଭାରତୀ ସରକାରୀ ସେକେ‌ଣ୍ଡାରି ସ୍କୁଲ୍‌’ର ଅଧ୍ୟକ୍ଷା କେତେକ ଛାତ୍ରୀଙ୍କୁ ସ୍କୁଲ୍‌ରେ ‘ଅବୟା’ ବା ‘ବୁର୍ଖା’ ନ ପିନ୍ଧିବାକୁ କହିଥିଲେ। କିନ୍ତୁ, ସ୍କୁଲ୍‌ ୟୁନିଫର୍ମ ସହିତ ‘ହିଜାବ୍‌’ ପିନ୍ଧିବାକୁ ପରାମର୍ଶ ଦେଇଥିଲେ।

କେତେକ ଛାତ୍ରୀ ଅଧ୍ୟକ୍ଷାଙ୍କ ‘ଡ୍ରେସ୍‌ କୋଡ୍’ ପରାମର୍ଶକୁ ଅଗ୍ରାହ୍ୟ କରି ଗୁରୁବାର ଦିନ ପ୍ରତିବାଦ କରିଥିଲେ। ଧାର୍ମିକ ପ୍ରଥା ଆଧାରରେ ପିନ୍ଧା ଯାଉଥିବା ନିଜ ପ‌ସନ୍ଦର ପୋଷାକକୁ ବିରୋଧ କରି ଅଧ୍ୟକ୍ଷା ଜବରଦସ୍ତି ‘ଡ୍ରେସ୍‌ କୋଡ୍‌’ ଲାଗୁ କରାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ଯେ, ଅଧ୍ୟକ୍ଷା ଆମକୁ କହିଲେ, ଯଦି ‘ଅବୟା’ ପିନ୍ଧିବାକୁ ମନ ତେବେ ସେମାନେ ମଦ୍ରାସାରେ ନାଁ ଲେଖାନ୍ତୁ।

କିନ୍ତୁ, ଏଭଳି ଅଭିଯୋଗକୁ ଅଧ୍ୟକ୍ଷା ଅସ୍ବୀକାର କରିଥିଲେ। ସ୍ପଷ୍ଟୀକରଣ ଦେଇ ସେ କହିଥିଲେ, ଅଧିକାଂଶ ଝିଅ ‘ହିଜାବ୍’ ପିନ୍ଧି ଆସୁଛନ୍ତି। ‘ଅବୟା’ ପିନ୍ଧି ସ୍କୁଲ୍‌କୁ ନ ଆସିବା ପାଇଁ ମାତ୍ର ଅଳ୍ପ କେତେଜଣ ଝିଅଙ୍କୁ ମୁଁ କହିଥିଲି।

Image Courtesy of Outlook India

ପରେ ପରେ ଏହି ପ୍ରତିବାଦ ପ୍ରଦର୍ଶନ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ନିଉଜ୍‌ ଚାନେଲ୍‌କୁ ଚାଲିଯାଇଥିଲା। ରାଜନେତାମାନେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିବା ସହିତ ଏହି ମାମଲାକୁ କର୍ଣ୍ଣାଟକର ‘ହିଜାବ୍‌’ ନିଷିଦ୍ଧ ଘଟଣା ସହିତ ତୁଳନା କଲେ।

ଏମିତି ବିବାଦ ଚାଲିଥିବା ବ‌େଳେ ହଠାତ୍‌ ଗୋଟାଏ ଆତଙ୍କବାଦୀ ସଙ୍ଗଠନ ଉକ୍ତ ଅଧ୍ୟକ୍ଷାଙ୍କୁ ଧମକ ଦେଇ ବିବୃତି ଜାରି କଲା। ଅଧ୍ୟକ୍ଷା ଦକ୍ଷିଣପନ୍ଥୀ ସମ୍ପ୍ରଦାୟ ପ୍ରତି ଢଳୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ସନ୍ଧ୍ୟା ବେଳକୁ ଉକ୍ତ ସ୍କୁଲ୍‌ର ଅଧ୍ୟକ୍ଷା ବିବୃତି ଜାରି କରି କହିଲେ ଯେ, ଛାତ୍ରୀ ଓ ଅଭିଭାବକମାନଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ କ୍ଷମା ମାଗୁଛି। ଛାତ୍ରୀମାନେ ‘ଅବୟା’ ପିନ୍ଧି ଆସିପାରିବେ। କୌଣିସ କଟକଣା ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ