କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ଶ୍ରୀଅରବିନ୍ଦଙ୍କ ଜୀବନ-ସଂଗୀତ

ଶ୍ରୀଅରବିନ୍ଦ ଆମ ଦେଶର ବିଖ୍ୟାତ ରାଜନୈତିକ ବିପ୍ଳବୀ ଓ ଅଧ୍ୟାତ୍ମବାଦୀ ସାଧକ। ଗୋଟିଏ ଦିବ୍ୟ ସଂଯୋଗ ହେଉଛି- ଯେଉଁ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ସେ ବିପ୍ଳବୀର ଭୂମିକା ନେଇଥିଲେ, ଆମର ଦେଶ, ସେହି ଭାରତବର୍ଷ, ତାଙ୍କରି ଜନ୍ମଦିନ ୧୫ ଅଗଷ୍ଟରେ ହିଁ ସ୍ୱାଧୀନ ହୋଇଥିଲା।

୧୫ ଅଗଷ୍ଟ ୧୮୭୨ରେ ଶ୍ରୀଅରବିନ୍ଦଙ୍କର ଜନ୍ମ। ବିଦେଶ (ଲଣ୍ଡନ)ରେ ଉଚ୍ଚଶିକ୍ଷା ଲାଭ କରି, ‘ଆଇ.ସି.ଏସ୍‌’ ପରି ଉଚ୍ଚ ସରକାରୀ ଚାକିରି ପାଇଥିଲେ ମଧ୍ୟ, ସେ ‘ବନ୍ଦେ ମାତରଂ’ ନାମକ ଏକ ପତ୍ରିକାର ସଂପାଦକ ହୋଇଥିଲେ। ଦେଶର ଇଂରେଜ ସରକାର ୧୯୦୮ରେ ତାଙ୍କୁ ରାଜଦ୍ରୋହୀ ଓ ଷଡ଼ଯନ୍ତ୍ରକାରୀ ଭାବରେ ଅଭିଯୁକ୍ତ କରି କାରାଦଣ୍ଡ ଦେଇଥିଲେ। କିନ୍ତୁ ପରେ ସେ ନିରପରାଧ ସାବ୍ୟସ୍ତ ହୋଇଥିଲେ।

ସେହି ଜେଲରେ ଥିବାବେଳେ ହିଁ ତାଙ୍କ ଭିତରେ ଆଧ୍ୟାତ୍ମିକ ଅନୁସନ୍ଧିତ୍ସା ଜାଗ୍ରତ ହୋଇଥିଲା ଏବଂ ସେହି ଦିଗରେ ହିଁ ସେ ନିଜର ଅବଶିଷ୍ଟ ଜୀବନକୁ ପରିଚାଳିତ କରିଥିଲେ। ପଣ୍ଡିଚେରୀଠାରେ ଆଶ୍ରମ ପ୍ରତିଷ୍ଠା କରି ସେ ଯୋଗସାଧନା କରିବା ସହିତ, ଉଚ୍ଚ ଦାର୍ଶନିକ ତତ୍ତ୍ୱ ସମ୍ବଳିତ ଅନେକ ଉଚ୍ଚକୋଟୀର ଲେଖା ଲେଖିଥିଲେ। ସେସବୁ ମଧ୍ୟରେ ‘ଗୀତା’ ବିଷୟକ ପ୍ରବନ୍ଧାବଳୀ ଏବଂ ‘ଦିବ୍ୟଜୀବନ’ ଓ ‘ସାବିତ୍ରୀ’ ପରି ଗ୍ରନ୍ଥ ସୁପ୍ରସିଦ୍ଧ।

ଆମ ଜୀବନକୁ ତଥା ଏ ପୃଥିବୀର ସମସ୍ତ ମନୁଷ୍ୟଙ୍କୁ ଉଚ୍ଚତର ଓ ମହତ୍ତର କରିବାପାଇଁ, ତାଙ୍କର ରଚନା ଓ ବାଣୀରେ ରହିଛି ଅନେକ ଅମୂଲ୍ୟ ମାର୍ଗନିର୍ଦ୍ଦେଶ। ଏପରି ଗୋଟିଏ ବାଣୀରେ ସେ ଜୀବନକୁ ସଂଗୀତ ସହ ତୁଳନା କରିଛନ୍ତି। ସେ କହିଛନ୍ତି- ପ୍ରେମ ବା ଭଲ ପାଇବା ହେଉଛି ସେହି ସଂଗୀତର ସ୍ୱରଲିପି। ଆନନ୍ଦ ହେଉଛି ସେହି ସଂଗୀତ। ଦିବ୍ୟଜ୍ଞାନ ହେଉଛି ତାର ଗାୟକ ଏବଂ ଅସୀମ ଓ ଅନନ୍ତ ପରମାତ୍ମା ହେଉଛନ୍ତି ସେହି ସଂଗୀତର ସୁରକାର ଏବଂ ଶ୍ରୋତା।

ଶ୍ରୀ ଅରବିନ୍ଦଙ୍କର ଏହି ବାଣୀର ସାରମର୍ମ ହେଉଛି- ଭଗବାନ ଆମକୁ ଏ ପୃଥିବୀକୁ ପଠାଇଛନ୍ତି ପ୍ରେମ ବା ସଂପ୍ରୀତିର ସଂଗୀତ ଗାଇବାପାଇଁ। ଦିବ୍ୟଜ୍ଞାନର ପ୍ରେରଣାରେ ସେହି ସଂଗୀତ ଗାଇଲେ ହିଁ ତାହାର ସୁରକାର ପରମେଶ୍ୱର ପରମାତ୍ମାଙ୍କୁ ଆମେ ପ୍ରୀତ କରିପାରିବା। ସେ ହିଁ ଆମର ଏହି ସଂଗୀତର ଶ୍ରୋତା।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ