ଅପରାଧ ରାଜ୍ୟ

ଶ୍ରାବଣ ସୋମବାରରେ ଅଘଟଣ: କାର୍ ମାଡ଼ିଯିବାରୁ ୨ କାଉଡ଼ିଆଙ୍କ ମୃତ୍ୟୁ, ୧୩ ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍। ଦୁଇ ମୃତ,୧୩ ଆହତ।
ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର। ଦୁଇ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ୩୫ ବର୍ଷୀୟା ଅନିତା ସ୍ବାଇଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମୁକୁନା ବେହେରା(୩୨)ଙ୍କର ବ୍ରହ୍ମପୁର ଏମକେସିଜିଠାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନିତା ସ୍ବାଇଁଙ୍କ ଝିଅର ଅବସ୍ଥା ସଂକଟାପନ୍ନ ଥବା କୁହାଯାଉଛି। ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଛି।
ସୂଚନା ପ୍ରକାରେ ଗତକାଲି ଆସିକା ଋଷିକୂଲ୍ୟା ନଦୀରୁ ପାଣି ନେଇ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର କାଉଡ଼ିଆନେ ଅରଖପୁର ସ୍ଥିତ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ ଭେଟନଈ ନିକଟରେ ଏକ କାର୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପରେ ସେମାନଙ୍କୁ ଆସିକାରୁ ବ୍ରହ୍ମପୁର ପଠା ଯାଇଥିବା ବେଳେ ସେଠାରେ ପୁଣି ମୁକୁନା ବେହେରାଙ୍କ ମୃତ୍ୟୁ ହୋଇଥିଲା। ସେଠାରେ ମୃତକ ଅନିତା ସ୍ବାଇଁଙ୍କ ୧୮ ବର୍ଷୀୟା ଝିଅ ସୋନିଆ ଜେନାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ପଠାଯାଇଥିବା ସୂଚନା ରହିଛି। ଏବେ ଅନିତା ସ୍ବାଇଁଙ୍କର ମୃତଦେହ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ ଲାଗି ରଖାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।