ରାଜ୍ୟ

ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ପିକଅପ ଭ୍ୟାନ, ୨୫ ଜଣ ଗୁରୁତର

ବସ୍ତା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ିରେ ୪୫ ଜଣ ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବା ରାସ୍ତାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ପରିବହନ ଆଇନ ଉଲ୍ଲଂଘନ କରାଯାଇ ମାଲବୁହା ଗାଡ଼ିରେ ଲୋକଙ୍କୁ ଅଣାଯାଉଥିବାରୁ ଏତେ ସଂଖ୍ୟାରେ ଲୋକେ ଦୁର୍ଘଟଣାର ଶିକାର ହେଲେ ବୋଲି କୁହାଯାଇଛି।
ବିବରଣୀରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ୪୦ ମହିଳା ଓ ୫ ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୫ ଜଣ କୃଷି ଶ୍ରମିକ ଓଡି୧୧ଆର୮୩୭୧ ନମ୍ବରର ଏକ ଟାଟା ମେଜିକ ମାଲବୁହା ଗାଡ଼ିରେ ଜଳେଶ୍ଵର ଅଭିମୁଖେ ଆସୁଥିଲେ।

ତେବେ ୧୬ ନମ୍ବର ଜାତୀୟ ରାଜପଥର ସାଇରାମ ହୋଟେଲ ନିକଟରେ ଏହି ଗାଡିର ଗୋଟିଏ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଏହା ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ୨୫ ଜଣକ ଗୁରୁତର ଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସମସ୍ତ କୃଷି ଶ୍ରମିକ ବେତନଟୀ ଥାନା ୫/୬ ଟି ଗ୍ରାମର ହୋଇଥିବା ବେଳେ ଗୁରୁତରମାନେ ବାରମାଇଲ,ମୋହନପୁର ଓ ଡାକୋଇ ଗ୍ରାମର ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।