ଦେଶ ବିଦେଶ ମନୋରଞ୍ଜନ

ଶ୍ରଦ୍ଧାଙ୍କ ସହ ବ୍ରେକଅପ୍‌କୁ ନେଇ ମୁହଁ ଖୋଲିଲେ ରୋହନ୍‌, ରିଲେସନ୍‌ସିପ୍‌ ବିଷୟରେ କହିଲେ ଏମିତି…

ମୁମ୍ବାଇ ୨୬।୦୩ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ । ତାହା ପୁଣି ଫିଲ୍ମ କି ନେଇ ନୁହଁ ବରଂ ଲଭ ଲାଇପ୍‌କୁ ନେଇ । ଇଣ୍ଡଷ୍ଟ୍ରିର ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଟାଙ୍କ ସହ ବ୍ରେକ୍‌ ଅପ୍‌ ହୋଇଛି । ଦୁହେଁ ଚାରି ବର୍ଷର ସମ୍ପର୍କକୁ ସମାପ୍ତ କରିଛନ୍ତି । ଶ୍ରଦ୍ଧା କପୁର ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ବିବୃତ୍ତି ଦେଇ ନାହାନ୍ତି । ହେଲେ ନିକଟରେ ରୋହନ ଶ୍ରେଷ୍ଟା ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି ।

କୁହାଯାଉଛି କି ଶ୍ରଦ୍ଧା କପୁର ଏବଂ ରୋହନ ଶ୍ରେଷ୍ଟାଙ୍କ ମଧ୍ୟରେ ଚଳିତ ବର୍ଷ ଜାନୁଆରୀରୁ ଝଗଡା ଆରମ୍ଭ ହୋଇଥିଲା ଏବଂ ଫେବୃଆରୀରେ ଉଭୟ ଅଲଗା ହୋଇଥିଲେ। ଏହି କାରଣରୁ ରୋହନ ଶ୍ରଦ୍ଧାଙ୍କ ଜନ୍ମଦିନରେ ଆସି ନଥିଲେ। ତେବେ ଉଭୟଙ୍କ ମଧ୍ୟରେ ଏଭଳି କାହିଁକି ହେଲା? ଏହାର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଇ-ଟାଇମ୍ସ ରିପୋର୍ଟ ଅନୁଯାୟୀ ରୋହନ ଶ୍ରେଷ୍ଟା ବ୍ରେକ୍‌ଅପ୍‌କୁ ନେଇ କହିଛନ୍ତି କି, ‘ମୁଁ ମୋର ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରେ ନାହିଁ । ମୁଁ ଏପରି କାର୍ଯ୍ୟ କେବେ କରିବି ନାହିଁ କାହିଁକି ନା ମୁଁ ଏଥିରେ ଆଗ୍ରହୀ ନୁହେଁ ।

ଶ୍ରଦ୍ଧା ଏବଂ ରୋହନ ପରସ୍ପର ପ୍ରତି ଅତ୍ୟନ୍ତ ଗମ୍ଭୀର ଥିଲେ ଏବଂ ଖୁବ୍ ଶୀଘ୍ର ଉଭୟଙ୍କ ବିବାହ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ତଥାପି, ଦୁହେଁ ନିଜ ସମ୍ପର୍କ ବିଷୟରେ ସବୁବେଳେ ଚୁପ୍‌ ରହୁଥିଲେ । ଦୁହେଁ ପ୍ରାୟତ ଏକାଠି ନଜର ଆସୁଥିଲେ । ବର୍ତ୍ତମାନ ଦୁହିଁଙ୍କର ବ୍ରେକ୍‌ଅପ୍ ହୋଇସାରିଛିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ