ଅପରାଧ ରାଜ୍ୟ

ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ସହ ଆକ୍ରମଣ, ଧରାପଡିଲେ ବଙ୍ଗାଳୀ ଯୁବକ

ବ୍ରହ୍ମପୁର ୧୪/୧୧: ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ସିଙ୍ଗି ବନ୍ଧ ନିକଟସ୍ଥ ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗ । ଅସଦାଚରଣ ବେଳେ ଆକ୍ରମଣ କରିଥିବା ଜଣେ ବଙ୍ଗାଳୀ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ । ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ଲୋକମାନେ ପୋଲିସରେ ଜିମା ଦେଇଛନ୍ତି । ପୁଲିସ ବଙ୍ଗାଳୀ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି ।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ନବ ବିବାହିତା ମହିଳା ଶୌଚ ପାଇଁ ଶୌଚାଳୟକୁ ଯାଇଥିବା ବେଳେ ଜଣେ ବଙ୍ଗାଳୀ ଯୁବକ ଜଣକ ଶୌଚାଳୟକୁ ଯାଇ ସେହି ମହିଳାଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣକ ପାଟି କରିବାକୁ ଯୁବକ ଜଣକ ତାଙ୍କୁ ଆକ୍ରମଣ ମଧ୍ୟ କରିବାକୁ ପଛାଇ ନଥିଲେ । ଯାହାଫଳରେ ମହିଳାଙ୍କ ପାଟିରୁ ରକ୍ତ ବାହାରିଥିଲା ।

ପରେ ମହିଳା ଜଣଙ୍କ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଲୋକମାନେ ସଂପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ଏପରିକି ଲୋକମାନେ ସେହି ଯୁବକଙ୍କୁ ଏକ କୋଠରୀ ଘରେ ରଖି ମାଡ ମଧ୍ୟ ମାରିଥିଲେ । ବଙ୍ଗାଳୀ ଯୁବକ ଅସଦାଚରଣ ସହ ଆକ୍ରମଣ କରିଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ବଙ୍ଗାଳୀ ଯୁବକ ଜଣକ କେଶବ ନଗର ଠାରେ ଏକ ଘରର କାମ କରିବାକୁ ଆସିଥିବା ଜଣାପଡିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।