ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ଏହା ପିଇଲେ ଭଲ ନିଦ ହୁଏ ଓ ଶରୀରର ଓଜନ ବଢିନଥାଏ

ଅନେକ ଲୋକ ବିଳମ୍ବିତ ରାତ୍ରି ଯାଏଁ ଚେଇଁବାରେ ଅଭ୍ୟସ୍ତ। ସେମାନେ ଏହି ସମୟରେ କାମ କରିଥାନ୍ତି କି ଟିଭି ଦେଖନ୍ତି ଅଥବା ପଢ଼ାପଢ଼ି କରିଥାନ୍ତି। ସେମାନେ ରାତିରେ ଢ଼େର ଡେରିରେ ବି ଖାଇଥାନ୍ତି ଏବଂ ତାପରେ ଶୋଇଥାନ୍ତି। ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। କିନ୍ତୁ ଏମିତି କିଛି ପାନୀୟ ଅଛି, ଯାହାକୁ ଶୋଇବା ପୂର୍ବରୁ ପିଇଲେ, ଓଜନ ବୃଦ୍ଧି ପାଇବ ନାହିଁ।

ପ୍ରଥମଟି ହେଲା ଦୁଗ୍ଧ ପାନ । ଶୋଇବା ପୂର୍ବରୁ ଏକ ଗ୍ଲାସ ଦୁଧ ପିଇଲେ ଖୁବ୍‌ ଭଲ ନିଦ ଆସେ। ତା’ଛଡ଼ା ଶରୀରରେ ଯେତେ ଚାପ ଥିଲେ ମଧ୍ୟ ତାହା କମିବା ସହିତ ଶରୀରର ଓଜନ ମଧ୍ୟ କମିଥାଏ। ଠିକ୍‌ ସେହିପରି ଲୋ କାଲୋରି ସୋୟା ମିଲ୍‌କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ।ଏଥିରେ ଆଦୌ କ୍ୟାଲୋରି ନଥାଏ।

ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟ୍‌ନେସ୍‌ କମିଥାଏ। କେମୋ ମାଇଲ୍‌ ଟି ସେବନ କରି ମଧ୍ୟ ଓଜନ କମିଥାଏ। ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।

ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ମୋସମ୍ବିର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ୍‌ ସି ଓ ପୋଟାସିଅମ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ। ଖାଲି ସେତିକି ନୁହେଁ ମୋସମ୍ବି ଜୁସ୍‌ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଏହାକୁ ନିୟମିତ ସେବନ କଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ