ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୋଇବା ଘରୁ ଶବ ଉଦ୍ଧାର ଘଟଣା: ବୋହୂ, ଭିଣୋଇ ଓ ବାପାଙ୍କୁ ଉଠାଇନେଲା ପୁଲିସ

ବାରଙ୍ଗ: ବୋହୂ ତା’ର ବାପଘର ଲୋକଙ୍କ ସହିତ ମିଶି ହତ୍ୟାକରିଛି ଶାଶୂକୁ। ମଙ୍ଗଳବାର ବିଳମ୍ବିତ ରାତିରେ ବାରଙ୍ଗା ଥାନା ମଧୁପୁର ଗ୍ରାମର ଚତୁର୍ଭୂଜ ସାହୁଙ୍କ ପତ୍ନୀ ସଚିତ୍ରା ସାହୁ (୫୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଧୀରେ ଧୀରେ ଏଭଳି ତଥ୍ୟ ସ୍ପଷ୍ଟ ହେବାରେ ଲାଗିଛି। ପୁଲିସ ବୋହୂ, ତା’ର ଭିଣୋଇ ଓ ବାପାଙ୍କୁ ଥାନାକୁ ଆଣି ଜେରା କରୁଛି।

ରାତିରେ ଗୋଟିଏ ଘରେ ଶାଶୂ-ବୋହୂ ଶୋଇଥିବା ବେଳେ ସକାଳେ ଶାଶୂଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଖଟ ଉପରୁ ଉଦ୍ଧାର କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଆରମ୍ଭରୁ ସନ୍ଦେହ କରି ପୁଲିସ ବୋହୂକୁ ପଚରାଉଚରା କରିଥିବା ବେଳେ ବୋହୂ ପୁଲିସକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲା। ପରେ ସନ୍ଧାନୀ କୁକୁର ଆସି ବାରମ୍ବାର ବୋହୂ ଚାରିପାଖରେ ବୁଲିବା ସହ ବୋହୂ ଉପରେ ଚଢିଯିବା ଘଟଣା ବୋହୂର ସଂପୃକ୍ତିକୁ ନେଇ ସନ୍ଦେହ ବଢ଼ାଇଥିଲା। ସାଇଣ୍ଟିଫିକ୍ ଟିମ୍‌ ବି ଯେଉଁ ଅଙ୍ଗୁଳି ଚିହ୍ନ ଠାବ କରିଥିଲା, ସେଥିରୁ ଅନେକ ତଥ୍ୟ ସାମ୍‌ନାକୁ ଆସିଥିଲା। କିନ୍ତୁ ହତ୍ୟାକାଣ୍ଡ ସ୍ଥଳରୁ ପୁଲିସକୁ ମିଳିଥିବା ଭଙ୍ଗା ଚୁଡ଼ି, ରକ୍ତ ଓ ଦେହ-ମୁଣ୍ଡରେ ଲାଗିଥିବା ଆଘାତରୁ ହତ୍ୟାକାଣ୍ଡରେ ଆଉ କେହି ସମ୍ପୃକ୍ତ ଥିବା ପୁଲିସ ଅନୁମାନ କରିଥିଲା। ଅନ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସ ବୋହୂର ଫୋନ୍ ନମ୍ବରକୁ ଯାଞ୍ଚ କରିଥିଲା। ହତ୍ୟାକାଣ୍ଡ ଦିନ ରାତିରେ ସେ କେଉଁମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲା, ରାତିରେ କିଏ କେଉଁ ଉଦ୍ଦେଶ୍ୟରେ ଘରକୁ ଆସିଥିଲେ, ସେ ସଂପର୍କରେ ପୁଲିସ ଫୋନ୍ କଲ୍‌ ଯାଞ୍ଚ କରି ତଥ୍ୟ ଯୋଗାଡ଼ କରିଥିଲା। ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ସକାଳୁ ମୃତକଙ୍କ ବୋହୂ ସରସ୍ବତୀ ଓ ବୋହୂଙ୍କ ବାପା ମଧୁବନ ଗ୍ରାମର ରାମ ପ୍ରଧାନ, ଘର ଜୋଇଁ ହୋଇ ରହିଥିବା ଭିଣୋଇ ଜୟନ୍ତ ରାଉତଙ୍କୁ ପୁଲିସ ଉଠାଇ ଆଣି ବାରଙ୍ଗ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ମୃତ ମହିଳାଙ୍କ ପୁଅ ସରୋଜ ବର୍ଷକ ତଳେ ନିକଟସ୍ଥ ମଧୁବନ ଗ୍ରାମର ରାମ ପ୍ରଧାନଙ୍କ ସାନଝିଅ ସରସ୍ବତୀକୁ ବିବାହ କରିଥି‌ଲେ। ସରସ୍ବତୀର ଭିଣୋଇ (ବଡଭଉଣୀଙ୍କ ସ୍ବାମୀ) ଜୟନ୍ତ ଘରଜୋଇଁ ହୋଇ ସେହିଠାରେ ରହି ଆସୁଥିଲେ। ‌ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ ଜବତ କରିଥିବା କୁହାଯାଉଛି। ମଙ୍ଗଳବାର ରାତିରେ ମଧୁପୁର ଗ୍ରାମର ଚତୁର୍ଭୂଜ ସାହୁଙ୍କ ପତ୍ନୀ ସଚିତ୍ରା ଓ ତାଙ୍କ ବୋହୂ ଗୋଟିଏ ଘରେ ଶୋଇଥିଲେ। ବୁଧବାର ସକାଳେ ବୋହୂ ଆସି ଶ୍ବଶୁର ଚତୁର୍ଭୂଜଙ୍କୁ ଡାକି ଶାଶୂଙ୍କୁ କେହି ହତ୍ୟା କରି ଦେଇଥିବା କହିଥିଲା। ସରୋଜ ଘରକୁ ଫେରିବା ପରେ ଏନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।