ଅପରାଧ ରାଜ୍ୟ

ଶୋଇଥିବା ବେଳେ ତମ୍ବୁରେ ଚଢ଼ିଗଲା ଟ୍ରକ, ଚାଲିଗଲା ଶ୍ରମିକଙ୍କ ଜୀବନ

ଭଦ୍ରକ ୧୩/୦୯: ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ । ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ ଘର କରି ରହୁଥିଲେ । ଏହି ଘରେ ଏକାଧିକ ଶ୍ରମିକ ରହୁଥିବା ବେଳେ ଏକ ଟ୍ରକ ଭାରସାମ୍ୟ ହରାଇ ଘର ଉପରେ ଚଢ଼ି ଯାଇଥିଲା ।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ କେତେକ ଶ୍ରମିକ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଛନ୍ତି । ସମସ୍ତ ଶ୍ରମିକ ବାହାର ରାଜ୍ୟର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।