ଦେଶ ବିଦେଶ

ଶେହବାଜ ପୁଣି ପ୍ରଧାନମନ୍ତ୍ରୀ: ସପକ୍ଷରେ ୨୦୧ ଭୋଟ୍‌, ଶପଥ ଆଜି

ଇସଲାମାବାଦ: ପାକିସ୍ତାନରେ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥାର ଆଜି ଅବସାନ ହୋଇଛି। ପିଏମ୍‌ଏଲ୍‌-ଏନ୍‌ ନେତା ଶେହବାଜ ସରିଫ୍ ରବିବାର ଦ୍ୱିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସର୍ବସମ୍ମତ ପ୍ରାର୍ଥୀ ଥିବା ୭୨ ବର୍ଷୀୟ ଶେହବାଜ ଆଜି ସଂସଦରେ ୨୦୧ଟି ଭୋଟ୍‌ ପାଇଛନ୍ତି। ୩୩୬ ଆସନ ବିଶିଷ୍ଟ ସଂସଦରେ ଗୃହର ନେତା ହେବା ପାଇଁ ସେ ଆବଶ୍ୟକତାଠାରୁ ୩୨ଟି ଅଧିକ ଭୋଟ୍‌ ପାଇଥିବା ବେଳେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୈରାଶ୍ୟ ମିଳିଛି। ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓମାର ଆୟୁବ ଖାନ୍ ମାତ୍ର ୯୨ ଖଣ୍ଡ ଭୋଟ୍ ପାଇଛନ୍ତି। ନ୍ୟାସନାଲ ଆସେମ୍ଲି ବାଚସ୍ପତି ସର୍ଦ୍ଦାର ଆୟାଜ ସାଦିକ ଏହି ଫଳାଫଳ ଘୋଷଣା କରି ଶେହବାଜଙ୍କୁ ପାକିସ୍ତାନର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସୋମବାର ସେହବାଜଙ୍କୁ ରାଷ୍ଟ୍ରପତି ଭବନରରେ ଶପଥ ପାଠ କରାଯିବ। ପିଟିଆଇ ସମର୍ଥିତ ବିଧାୟକଙ୍କ ହଙ୍ଗାମା ଓ ସ୍ଲୋଗାନ ମଧ୍ୟରେ ନୂଆ ସଂସଦରେ ଭୋଟ୍‌ ଗ୍ରହଣ ହୋଇଥିଲା। ପିଟିଆଇ ସମର୍ଥିତ ସାଂସଦମାନେ ଜେଲରେ ଥିବା ଇମ୍ରାନ ଖାନଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ପିଟିଆଇ ସମର୍ଥିତ କିଛି ସାଂସଦ ଇମ୍ରାନ ଖାନଙ୍କ ପୋଷ୍ଟର ମଧ୍ୟ ଧରିଥିଲେ। ଇମ୍ରାନଙ୍କ ସପକ୍ଷରେ ହୋଇଥିବା ସ୍ଲୋଗାନର ଜବାବରେ ପିଏମଏଲ୍-ଏନ୍ ସାଂସଦମାନେ ‘ଲଙ୍ଗ୍ ଲିଭ୍‌ ନଵାଜ୍’ ସ୍ଲୋଗାନ୍ ଦେବା ସହ ବିରୋଧୀଙ୍କୁ ନାନା କଟାକ୍ଷ କରିଥିଲେ। ପିଏମଏଲ-ଏନ ଦଳର ସୁପ୍ରିମୋ ନୱାଜ ସରିଫ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଦୌଡ଼ରେ ଆଗରେ ଥିଲେ ମଧ୍ୟ ମେଣ୍ଟ ରାଜନୀତିର ଜଟିଳତା ଦୃଷ୍ଟିରୁ ସେ ଏଥିରୁ ଓହରିଯାଇ ତାଙ୍କୁ ଭାଇ ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିଥିଲେ। ସାଧାରଣ ନିର୍ବାଚନ ପାଇଁ ସଂସଦ ଭଙ୍ଗ ହେବା ପୂର୍ବରୁ ଶେହବାଜ ଏପ୍ରିଲ ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ମେଣ୍ଟ ସରକାରର ପ୍ରଧାନମନ୍ତ୍ରୀ ଥିଲେ। ଫେବ୍ରୁଆରି ୮ ରେ ହୋଇଥିବା ନିର୍ବାଚନରେ ସରିଫଙ୍କ ଦଳ ୨୬୫ଟି ଆସନରୁ ୭୫ଟି ଆସନ ହାସଲ କରି ସର୍ବବୃହତ ଦଳଭାବେ ଉଭା ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ