ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ହେଲା ଭାଗବତ ସପ୍ତାହ: ପାରମ୍ପରିକ ବାଦ୍ୟ ଓ ସଙ୍କୀର୍ତ୍ତନରେ କମ୍ପିଲା ପରିବେଶ

ଚଣ୍ଡୀଖୋଲ ୧୮/୧୧: କଟକ ଯାଜପୁର ଜିଲ୍ଲା ବାଲିଚନ୍ଦ୍ର ପୁର ନିକଟସ୍ଥ ନଡ଼ିଆ ସାହସପୁର ଗାଦି ଗୋପାଳ ଦାସ ମଠରେ ପ୍ରଥମାଷ୍ଟମୀରୁ ନେଇ ୯ ଦିନଧରି ଚାଲି ଥିଲା ଭାଗବତ ସପ୍ତାହ ଉତ୍ସବ। ଏହି ମଠକୁ ଆଖ ପାଖରୁ ୨୦ ଗୋଟି ଜଗନ୍ନାଥ ବଲ୍ଲଭ ବିମାନଙ୍କୁ ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ସଙ୍କୀର୍ତ୍ତନରେ ବିଜେ କରିଥାଆନ୍ତି ।

ଏହି ନବମ ଦିନରେ ଗ୍ରାମରେ ଗ୍ରାମବାସୀ ମାନେ ଆମିଷ ଭକ୍ଷଣ କରନ୍ତି ନାହିଁ । ସମସ୍ତଙ୍କ ଘରୁ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଫଳମୂଳ ଆଣିଥାନ୍ତି ଜିଉଙ୍କ ଭୋଗ ଲାଗି ପାଇଁ । ବିଶେଷ କରି ଗ୍ରାମରେ ଏହି ଉତ୍ସବ ନବ ଦିନ ଧରି ହେଉ ଥିବାରୁ ସମସ୍ତଙ୍କ ଘରେ ବନ୍ଧୁ ଓ ପରିଜନଙ୍କର ଆଶାର ଜମି ଥିବା ବେଳେ ପିଠା ପଣା ବିଭିନ୍ନ ଖାଦ୍ୟ ପଦାର୍ଥ ଭକ୍ଷଣ କରିଥାନ୍ତି ।

ବିଶେଷ କରି ପ୍ରଥା ଅଛି ଯେଉଁମାନଙ୍କ ପରିବାରରେ ବିପଦ ବା ଅସାଧ୍ୟ ରୋଗରେ ପୀଡିତ ଓ ମେଡିକାଲରେ ଆରୋଗ୍ୟ ହୋଇଥାଏ । ସେମାନେ ପୀଠ ଗୋସାଇଁ ନିକଟରେ ଧଣ୍ଡା ଓ ପାଦୁକ ପାଇ ୨୧ ଦିନ ଧାରଣାରେ ରହିଲେ ଆରୋଗ୍ୟ ହେଉଥିବାର ବିଶ୍ଵାସ ରହିଛି । ବିଶେଷ କରି ସନ୍ଧ୍ୟା ସମୟରେ ଗାଦି ଗୋସାଇଁ ମଠ ପରିସରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦିବ୍ୟ ଆଳତି ନୀତି କରାଯାଇଥାଏ। ଏହି ଆଳତି ଦର୍ଶନ ଲାଗି ହଜାର ହାଜର ଭକ୍ତ ଉପସ୍ଥିତ ହୋଇ କୃପଭିକ୍ଷା ଲାଭ କରିଥାନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।