କଳା ଓ ସଂସ୍କୃତି ରାଜ୍ୟ

ଶେଷ ହେଲା ବାସନ୍ତୀ ଦୁର୍ଗା ପୂଜା, ପୁଣି ଆରବରଷକୁ ଅପେକ୍ଷା

ଆଠଗଡ଼ ୧୩।୦୪ : ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିବା ବାସନ୍ତୀ ଦୁର୍ଗା ପୂଜା ଶେଷ ହୋଇଛି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆରମ୍ଭ ହୋଇଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ପଞ୍ଚାୟତର ୭୬ତମ ବାସନ୍ତୀ ଦର୍ଗାପୂଜା ଯାତ୍ରା । ମାଙ୍କ ପାଖରେ କଳସ ଯାତ୍ରାଠୁ ଆରମ୍ଭ ହୋଇ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମାଙ୍କ ଭସାଣି ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।

ତେବେ ଘଣ୍ଟଘଣ୍ଟା ସାଙ୍ଗକୁ ନାମ ସଂକୀର୍ତନରେ ପ୍ରକମ୍ପିତ ପୁରା ପରିଵେଶ । ବହୁ ଦୂରରୁ ଆସିଥିବା ଶ୍ରଦ୍ଧାଳୁମାନେ ନୁଆ ଲୁଗାକୁ ରାସ୍ତା ଉପରେ ପକେଇ ଥାଆନ୍ତି । ସେହି ଲୁଗା ଉପରେ ଦେଇ ଭକ୍ତଙ୍କ କାନ୍ଧରେ ଆସିଥାନ୍ତି ମାଙ୍କ ମୃମୟୀ ମୃତ୍ତି । ବିଶ୍ବାସ ରହିଛି ସେଇ ଲୁଗା ପରିଧାନ କଲେ ପରିବାର ଶାନ୍ତିରେ ରହିବା ସହିତ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।

ଗୁରୁଡିଝାଟିଆ ବାସନ୍ତୀ ଦର୍ଗାପୂଜା ଯାତ୍ରାର ରହିଛି ଅନେକ ଖ୍ୟାତି ରହିଛି । ମା ହେଉଛନ୍ତି ସାକ୍ଷାତ ଅଗ୍ନିଦେବୀ । ଭକ୍ତିର ସହ ମାଙ୍କୁ ଆରାଧନା କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।

କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଧୁମଧାମ ରେ ବାସନ୍ତୀ ଦୁର୍ଗା ଯାତ୍ରା ଆରମ୍ଭ ହୋଇଛି । ଚଳିତ ବର୍ଷ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି ମା ବାସନ୍ତୀ ଦୁର୍ଗା ପୂଜାର ଭସାଣୀ ପର୍ବ ।

୫ ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଏହି ପାରମ୍ପରିକ ଯାତ୍ରା ସ୍ଵାଧୀନତା ପୂର୍ବରୁ ଚାଲିଆସୁଛି । ପୁଣି ଅପେକ୍ଷା ଆରବରଷକୁ, ଏହି ଆଶିଷ ମାଗି ମାଙ୍କୁ ବିଦାୟ ଦେଇଛନ୍ତି ଅଞ୍ଚଳବାସୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,