ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି: ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ବ

ପୁରୀ : ଜୁନ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ। ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଆଜିଠାରୁ ବଡ଼ଦାଣ୍ଡରେ ବାରିକେଡିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ମରିଚିକୋଟ ଛକରୁ ଭକ୍ତଙ୍କ ପାଇଁ ଧାଡ଼ି ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ସେହି ଅନୁଯାୟୀ ମରିଚିକୋଟ ଛକରୁ ଛାୟାପ୍ରଦ ସେଡ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବାକୁ ଚାହୁଁଥିବା ଭକ୍ତଙ୍କୁ ବାରିକେଡ୍‌ ଭିତରେ ଛାଡ଼ିବାର ବ୍ୟବସ୍ଥା କରାଯାଉଛି। ଏକାଧିକ ଧାଡ଼ିରେ ଭକ୍ତଙ୍କୁ ଛାଡ଼ିବାର ଯୋଜନା ରହିଛି।

ଅନ୍ୟପଟେ, ଦେବସ୍ନାନ ପୂର୍ଣ୍ଣିମାକୁ ଆଖି ଆଗରେ ରଖି ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଭିଡ଼କୁ ନଜରରେ ରଖି ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ୭୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ। ଏହି ପୁଲିସ ଫୋର୍ସଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନେ ନିୟନ୍ତ୍ରଣ କରିବେ। ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥା ଉପରେ ବାରମ୍ବାର ସମୀକ୍ଷା ଜାରି ରହିଛି। ଆରକ୍ଷୀ ଅଧୀକ୍ଷକ ଡ. କେ ବିଶାଲ ସିଂହ ଓ ଅନ୍ୟମାନେ ଶ୍ରୀମନ୍ଦିର ଗସ୍ତ କରି ଦର୍ଶନ ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ନିକଟରେ କେନ୍ଦ୍ରାଞ୍ଚଳ ଆଇଜି ମଧ୍ୟ ଆସି ଦେବସ୍ନାନ ପୂର୍ଣ୍ଣିମାର ପ୍ରସ୍ତୁତି ସମୀକ୍ଷା କରି ଫେରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।