ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଶେଷହେଲା ଜ୍ଞାନବାପି ମସ୍‌ଜିଦ୍‌ ସର୍ବେକ୍ଷଣ; କୂଅ ଭିତରୁ ମିଳିଲା ଶିବଲିଙ୍ଗ: ଓକିଲ

ନୂଆଦିଲ୍ଲୀ: ଅଦାଲତଙ୍କ ଆଦେଶକ୍ରମେ ଚାଲିଥିବା ଜ୍ଞାନବାପି ମସ୍‌ଜିଦ୍‌ର ସର୍ବେକ୍ଷଣ ଆଜି ତୃତୀୟ ଦିବସରେ ଶେଷ ହୋଇଛି ଏବଂ ସେଠାରେ ଥିବା ଗୋଟାଏ କୂଅରୁ ଏକ ଶିବଲିଙ୍ଗ ମିଳିଛି ବୋଲି ଓକିଲ ବିଷ୍ଣୁ ଜୈନ୍‌ କହିଛନ୍ତି।

ଉକ୍ତ ଶିବଲିଙ୍ଗର ସୁରକ୍ଷା ନିମନ୍ତେ ସେ ସିଭିଲ୍‌ କ‌ୋର୍ଟକୁ ଯିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ୬୫% ସର୍ବେକ୍ଷଣ କାର୍ଯ୍ୟ ଶେଷ ହୋଇଥିଲା। କଡ଼ା ନିରାପତ୍ତା ମଧ୍ୟରେ ଆଜି ସକାଳ ୮ଟା ବେଳେ ୫୮ଜଣ ସଦସ୍ୟବିଶିଷ୍ଟ ସର୍ବେକ୍ଷଣ ଟିମ୍‌ ଆଡ୍‌ଭୋକେଟ୍‌ କମିସନର୍‌ ବିଶାଳ ସିଂହଙ୍କ ନେତୃତ୍ବରେ ମସ୍‌ଜିଦ୍‌ ପରିସରରେ ପ୍ରବେଶ ସର୍ବେକ୍ଷଣ କରିଥିଲେ। ଆଜି ୨୦% ଭିଡିଓଗ୍ରାଫି କାମ ଶେଷ ହୋଇଛି। ଦୁଇ ଦିନ ମଧ୍ୟରେ ପ୍ରାୟ ୮୦% ଭିଡିଓଗ୍ରାଫି କାର୍ଯ୍ୟ ଶେଷ ହୋଇଥିଲା।

ସର୍ବେକ୍ଷଣ ସମୟରେ ଆର୍‌. ପି. ସିଂହ ନାମକ ଜଣେ ସଦସ୍ୟଙ୍କୁ ଜ୍ଞାନବାପି ସର୍ବେକ୍ଷଣ ଦଳରୁ ହଟାଇ ଦିଆଯାଇଥିଲା। ସର୍ବେକ୍ଷଣ କରାଯାଇଥିବା ସାମଗ୍ରୀଗୁଡ଼ିକର ତଥ୍ୟ ସେୟାର୍ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ବାରାଣସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିରକୁ ଲାଗି ଥିବା ଜ୍ଞାନବାପି ମସ୍‌ଜିଦ୍‌ ସମ୍ପ୍ରତି ଆଇନଗତ ଯୁଦ୍ଧର ସମ୍ମୁଖୀନ ହୋଇଛି। ଜ୍ଞାନବାପି ମସ୍‌ଜିଦ୍‌ର ଢାଞ୍ଚା ବିଷୟରେ ତଦନ୍ତ କରିବା ଲାଗି ବାରାଣସୀର ଏକ ଅଦାଲତ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ ନିର୍ଦେଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ