ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶୂନ୍ୟକାଳରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ, ସ୍ୱତନ୍ତ୍ର ଅନୁଧ୍ୟାନ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର ୨୬/୦୭: ବିଧାନସଭାର ଶୁନ୍ୟକାଳରେ ପୁଣି ଥରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେଠି ସର୍ବମୋଟ ୧୪ ଜଣ ମୃତ୍ୟୁବରଣ କରିଥିବା ବେଳେ ସରକାର କିନ୍ତୁ ୯ ଜଣ ବୋଲି କହୁଛନ୍ତି । ଅନ୍ୟ ୫ ଜଣଙ୍କର ସ୍ୱଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି ।

ତେବେ ଏହି ୫ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ଦାବି କଲେ ମୋହନ ମାଝୀ । କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଥିବା ମଧ୍ୟ ଗୃହରେ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ । ଉତ୍କଳ ଆଲୁମିନା ସେଠି ୱାଟର ଟ୍ରିଟମେଣ୍ଟ ନ କରି ଦୂଷିତ ପାଣି ଛାଡୁ ଥୁବାରୁ ଏପରି ଝାଡ଼ାବାନ୍ତି ବ୍ୟାପିଛି ।

ଏ ନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ବୋଲି ଦାବି କରିଛନ୍ତି ମୋହନ । ଏହା ସହ କହିଛନ୍ତି ରାଜ୍ୟ ସରକାର ଯେଉଁ ବିକାଶ ସେଭଳି ବିକାଶ ସେଠି ହୋଇ ନାହିଁ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି କାଶୀପୁର ରେ ୧୪ ଏବଂ ଗତକାଲି ଦସମନ୍ତପୁରରେ ୩ ଜଣ ମୃତ୍ୟୁବରଣ କରିଛନ୍ତି । ପାଣିକୁ ଟ୍ରିଟମେଣ୍ଟ କରି କି ଛଡ଼ାଯାଉନି ।

ଝାଡ଼ାବାନ୍ତି ଦ୍ୱାରା ଅଭିବକ୍ତ କୋରାପୁଟରେ ମୋଟ ୧୭ ଜଣ ମୃତ୍ୟୁବରଣ କରିଛନ୍ତି । ତାରା ମଧ୍ୟ କହିଛନ୍ତି ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡ଼ୁଛି । ଯେଉଁ ଏଗ୍ରି ମେଣ୍ଟ କରିଥିଲା ତାହାକୁ ପାଳନ କରୁନାହିଁ । ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ଦାବି କଲେ ତାରା । ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କଲେ ତାରା । ଗୃହର ମଧ୍ୟ ଭାଗରେ ବିରୋଧିଙ୍କ ହଟଗୋଳ ଜାରି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ