ଖେଳ ଦେଶ ବିଦେଶ

ଶୁଭମନଙ୍କ ସଫଳତା ପଛର ରହସ୍ୟ ୧୫୦୦ ସର୍ଟ ବଲ୍ ! ପିତା କହିଲେ ପୁଅ କିପରି ଅଷ୍ଟ୍ରେଲିଆରେ ଦ୍ରୁତ ବୋଲରଙ୍କୁ କରିପାରିଲା ସାମ୍ନା

ନୂଆଦିଲ୍ଲୀ,୨୨/୦୧: ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି । ଦଳ ବ୍ରିସବେନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ରଚିଛି । ଏହି ହାଇଭୋଲଟେଜ୍ ମୁକାବିଲାରେ ଭାରତର ସିନିଅର ଖେଳାଳିମାନେ ଆହତ ହୋଇ ମ୍ୟାଚରୁ ବାଦ୍ ପଡିଥିଲେ । କେବଳ ୧୧ଜଣିଆ ଯୁବ ବାହିନୀ ଅଷ୍ଟ୍ରେଲିଆର ପେସ୍ ଆଟାକ ଓ ଧୂଆଁଧାର ବ୍ୟାଟିଂ ଉପରେ ଭାରି ପଡିଥିଲେ । ସିରିଜରେ ସଫଳ ହୋଇଥିବା ଅନ୍ୟତମ ବ୍ୟାଟସମ୍ୟାନ୍ ହେଲେ ଶୁଭମନ ଗିଲ୍ । ମ୍ୟାଚର ଶେଷ ଦିନରେ ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କ୍ୟୁମିନ୍ସଙ୍କ ଭଳି ବୋଲରଙ୍କ ସାମ୍ନା କରିଥିଲେ ସେ । ଏହାସହ ଆକର୍ଷଣୀୟ ଅର୍ଦ୍ଦଶତକ ହାସଲ କରି ବ୍ୟାଟିଂର ମୂଳଦୁଆ ପକାଇଥିଲେ ।

ଶୁଭମନ୍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଏପରିକି ମିଚେଲ ଷ୍ଟାର୍କଙ୍କ ଗୋଟିଏ ଓଭରରେ ସେ ୨୦ ରନ୍ ସଂଗ୍ରହ କରିଥିଲେ । ପୁଲ୍ ସଟ୍, ହୁକ୍ ସଟ ଓ ବ୍ୟାକ୍ ଫୁଟରେ ସେ ଭଲ ଖେଳି ସ୍କୋର୍ କରିଥିଲେ । ସିଡନୀ ଟେଷ୍ଟରେ ପଦାର୍ପଣ କରିଥିଲେ ଏହି ଖେଳାଳିଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୂଅ ଛୁଟୁଛି । ସମସ୍ତେ ତାଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ତାଙ୍କ ଫୁଟ୍ ମୁଭମେଣ୍ଟ୍ ଅନେକଙ୍କୁ ଚକିତ ମଧ୍ୟ କରିଛି ।

ଦଳର ଏହି ଉଦୀୟମାନ କ୍ରିକେଟରଙ୍କ ପିତା ଲଖବିନ୍ଦର ସିଂ ହିଁ ପିଲାଦିନୁ ତାଙ୍କୁ କ୍ରିକେଟ ଖେଳିବା ଶିଖାଇଛନ୍ତି । ଲଖବିନ୍ଦର କୌଣସି କ୍ରିକେଟର ନେହେଲେ ମଧ୍ୟ ସେ କ୍ରିକେଟ ବିଷୟରେ ଅନେକ ଜ୍ଞାନ ରଖନ୍ତି । ଏହାସହ ପୁଅର ସ୍ୱପ୍ନକୁ ସତ କରିବାରେ ପ୍ରେରଣା ଦେଇଥିଲେ । ଲଖବିନ୍ଦର କହିଛନ୍ତି ଯେ, ସେ ଶୁଭମନଙ୍କୁ କୋଚିଂ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନେ ପଞ୍ଜାବର ଏକ ଛୋଟ ଗ୍ରାମ ଚାକକେରେଓ୍ୱାଲାରେ ରୁହନ୍ତି । ଏହି ଗାଁ ମୋହାଲୀରୁ ୩୦୦ କିମି ଦୂରରେ ଅବସ୍ଥିତ । ଗାଁରେ କ୍ରିକେଟ ପାଇଁ ସେତେଟା ସୁଯୋଗ ନଥିବାରୁ ସେ ପରିବାର ସହ ମୋହାଲି ଚାଲି ଆସିଥିଲେ । ଏହାପରେ ଶୁଭମନଙ୍କୁ ମୋହାଲି କ୍ରିକେଟ ଏକାଡେମୀରେ କୋଚିଂ ନେବା ପାଇଁ ଆଡମିଶନ କରାଯାଇଥିଲା । ସେଠାରେ ଦ୍ରୁତ ବୋଲିଂର ସାମ୍ନା କରିବା ପାଇଁ ବିଭିନ୍ନ ଟିପ୍ସ ଦିଆଯାଇଥିଲା ।

ଶୁଭମନ ୯ ବର୍ଷରୁ ଦୈନିକ ୧୫୦୦ଟି ସର୍ଟ ବଲ୍ ଖେଳୁଥିଲେ । ଏହି ସବୁ ଦ୍ରୁତ ବଲ୍ ଥିଲା । ଏପରି କରିବା ଦ୍ୱାରା ସେ ବ୍ୟାଟିଂରେ ସୁଧାର ଆଣିଥିଲେ । ବ୍ୟାଟ୍ ମଝିରେ କିପରି ବଲ୍ ବାଜିବ ସେନେଇ ଅଭ୍ୟାସ ହୋଇଯାଇଥିଲା । ବ୍ୟାକ୍ ଫୁଟରେ ବଲକୁ କିପରି ସାମ୍ୱା କରାଯିବା ତାହା ମଧ୍ୟ ଶୁଭମନ ଶିଖିଥିଲେ ।

ମୋହାଲି କ୍ରିକେଟ ଗ୍ରାଉଣ୍ଡରେ ଶୁଭମନ ଅନେକ ସମ.ରେ ପଞ୍ଜାବର ଟପ୍ ବୋଲରଙ୍କୁ ସାମ୍ନା କରିଛନ୍ତି । ମନପ୍ରିତ୍ ପାଜିଙ୍କ ମଧ୍ୟ ସେ ସମ୍ମୁଖୀନ ହୋଇଛନ୍ତି । ଏପରି କରିବା ଦ୍ୱାରା ତାଙ୍କର ବିଭିନ୍ନ କୌଶଳରେ ବିକାଶ ହୋଇଥିଲା । ଯାହା ବ୍ରିସବେନ୍ ଟେଷ୍ଟରେ ପ୍ରତିଫଳିତ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ