ରାଜ୍ୟ

ଶୁଣିଲାଣି ପ୍ରଶାସନ: ନଦୀରେ ପୋଲ ନିର୍ମାଣ କଲେ ଓଡ଼ିଶା ଓ ଝାଡଖଣ୍ଡର ଲୋକେ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଶୁଣିଲାଣି ପ୍ରଶାସନ। ପୋଲ ନିର୍ମାଣ କଲେ ଗ୍ରାମବାସୀ। ଏପରି ଏକ ଭଲ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକରୁ। ତିରିଂ

ଅନ୍ତର୍ଗତ ବଡନାରାଣୀ ଗ୍ରାମର ସୁର୍ମିଧୁର୍ମି ୱେଲଫେୟାର କମିଟିର ସଦସ୍ୟମାନଙ୍କ ପ୍ରଚେଷ୍ଠାରେ ଖଡ଼ଖାଇ ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ସୁର୍ମିଧୁର୍ମି ୱେଲ୍ ଫେୟାର କମିଟିର ସଭାପତି ଗୋପାଲ ଚନ୍ଦ୍ର ବେଶ୍ରାଙ୍କ ଦ୍ବାରା ଆଜି ଉକ୍ତ ପୋଲର ଉଦଘାଟନ ହୋଇଯାଇଛି। ଉକ୍ତ ପୋଲଟିର ନିର୍ମାଣ ପାଇଁ ବଡନାରାଣୀ ଗ୍ରାମ ପଞ୍ଚାୟତ ଏବଂ ପଡୋଶୀ ଝାରଖଣ୍ତ ରାଜ୍ୟର କାଶୀଆ ଗ୍ରାମର ଗ୍ରାମବାସୀ ମାନେ ଶ୍ରମଦାନ କରିବା ସହିତ ସହଯୋଗର ହାତ ବଢ଼ାଇ ପୋଲ ନିର୍ମାଣ କରିଛନ୍ତି।

ଏହି ରାସ୍ତା ଦ୍ବାରା ଓଡ଼ିଶାର ତିରିଂ ବ୍ଲକ ଏବଂ ପଡ଼ୋଶୀ ଝାରଖଣ୍ତର ପଶ୍ଚିମସିଂହଭୂମ ଜିଲ୍ଲା ତାନ୍ତନଗର ବ୍ଲକର ବହୁ ଗ୍ରାମବସୀ ଉପକୃତ ହେବେ। ତା ଛଡା ଚାଇଁବସାକୁ ଗମନାଗମନ ପାଇଁ ସୁବିଧା ହେବ। ତତ୍ ସଂଗେ ସଂଗେ ଦୁଇ ପଡ଼ୋଶୀ ରାଜ୍ୟର ଲୋକଙ୍କ ହଜାର ବର୍ଷର ସ୍ବପ୍ନ ସାକାର ହୋଇଛି। କିନ୍ତୁ ଦୁଃଖର ବିଷୟ ଉକ୍ତ ପୋଲ ନିର୍ମାଣ ପାଇଁ ଓଡ଼ିଶା କିମ୍ବା ଝାରଖଣ୍ତ ସରକାର କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ସେମାନେ ନିଜେ ଶ୍ରମଦାନ କରିବା ସହିତ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଉକ୍ତ ପୋଲକୁ ନିର୍ମାଣ କରିଛନ୍ତି।

ସୂଚନଯୋଗ୍ୟ ଯେ ଉକ୍ତ ନଦୀରେ ପୋଲ ନଥିବାରୁ ୩୦ କି.ମି ରୁ ଅଧିକ ରାସ୍ତା ବୁଲିକି ଯିବାକୁ ପଡୁଥିଲା। ତେବେ ବର୍ତ୍ତମାନ ଉକ୍ତ ପୋଲ ନିର୍ମାଣ ହେବା ପରେ ମାତ୍ର ଦୁଇ କିମି ଯାଇ ନଈ ଆର ପାରିକୁ ପାଦରେ, ଦୁଇ ଓ ଚାରି ଚକିଆ ଯାନରେ ଯିବା ଆସିବା କରି ପାରୁଛନ୍ତି। ବର୍ତ୍ତମାନର ଏହି ଅସ୍ଥାୟୀ ପୋଲରେ ମୋଟ୍ ୧୭ ଟି ହୋମ୍ ପାଇପ୍ ଲାଗିଛି। ଏହି ପୋଲ ନିର୍ମାଣ ଲାଗି ଏକ ମାସ ସମୟ ଲାଗିଛି ଏବଂ ଉଭୟ ରାଜ୍ୟର ଗ୍ରାମର ଗ୍ରାମବାସୀ ମାନେ ଶ୍ରମଦାନ କରିଛନ୍ତି।

ସୁର୍ମିଧୁର୍ମି କମିଟିର ସଭାପତି ଶ୍ରୀବେଶ୍ରା, କମିଟିର ସଦସ୍ୟ, ବଡ଼ନାରାଣୀ ପଞ୍ଚାୟତର ବାସିନ୍ଦା ଏବଂ ଝାଡଖଣ୍ତର ବାସିନ୍ଦାଙ୍କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ସତ ପ୍ରତିଶତ ଚେଷ୍ଟା କରିବେ ବୋଲି ଦୃଢତାର ସହିତ ମତବ୍ୟକ୍ତ କରିଥିଲେ। ତା ଛଡା ଏହି ଅଞ୍ଚଳରେ ଓଡ଼ିଶା ସରକାରଙ୍କ ଦ୍ବାରା କୌଣସି ବିକାଶ ମୂଳକ କାର୍ଯ୍ୟ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଶ୍ରୀ ବେଶ୍ରା। ଉକ୍ତ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।