ରାଜ୍ୟ

ଶୁଖିଗଲାଣି ରିଷିଆ ଡ୍ୟାମ୍‌: ପିଲା ଖେଳୁଛନ୍ତି କ୍ରିକେଟ୍‌, ପୁନରୁଦ୍ଧାର ଯୋଜନା ନାହିଁ

ନୀଳଗିରି: ପର୍ଯ୍ୟଟନ ସ୍ଥଳ ଘୋଷିତ ହୋଇ ନଥିଲେ ମଧ୍ୟ ନୀଳଗିରି ଉପଖଣ୍ଡରେ ଥିବା ରିଷିଆ ଡ୍ୟାମ୍ ଓ ଏହାର ବିସ୍ତୀର୍ଣ୍ଣ ଜଳାଶୟରେ ଭଳିକି ଭଳି ବିଦେଶୀ ପକ୍ଷୀ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସନ୍ତି ପର୍ଯ୍ୟଟକ। ବିଶେଷ କରି ଶୀତଋତୁରେ ଏଠାରେ ପର୍ଯ୍ୟଟକମାନଙ୍କର ବେଶ୍‌ ଭିଡ଼ ଜମିଥାଏ। ହେଲେ ଡିସେମ୍ବର ମାସରୁ ଏହି ବିଶାଳ ଡ୍ୟାମ୍‌ରୁ ପାଣି ଶୁଖିଗଲାଣି। ବଣପାହାଡ଼, ଝରଣାର ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଯାଉଥିବା ପର୍ଯ୍ୟଟକ ସେଠାରୁ ନିରାଶ ହୋଇ ଫେରୁଥିବା ବେଳେ ଏବେ ଡ୍ୟାମ୍‌ ଭିତରେ ଯୁବକମାନେ କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳିଛି। କୁଲ୍‌ଡିହା ଅଭୟାରଣ୍ୟ ମଧ୍ୟରେ ଥିବା ଏହି ଜଳଭଣ୍ଡାରର ଲମ୍ବ ୪ ହଜାର ୩୫୦ ଫୁଟ୍‌। ଜଳଧାରଣ କ୍ଷମତା ୨୧ ବର୍ଗ ମାଇଲ୍‌। ଯାହାକୁ ମୁଖ୍ୟତଃ ଜଳସେଚନ ପାଇଁ ବ୍ୟବହାର କରାଯାଇଥାଏ। ନୀଳଗିରି ଅଞ୍ଚଳର କେଶିପୁର, ଛତ୍ରପୁର, ତେଲିପାଳ ସମେତ ଆଖପାଖ ପଞ୍ଚାୟତର ୧୦ ହଜାରରୁ ଅଧିକ ଚାଷୀ

ଏହି ଡ୍ୟାମ୍‌ ଉପରେ ନିର୍ଭରଶୀଳ। ଖରିଫ୍‌ ସମୟରେ ଜଳସେଚନ ପାଇଁ ଏଠାରୁ ୪ ହଜାର ୫୦୦ ଏକର ଜମିକୁ ଜଳ ଯୋଗାଣ କରାଯାଉଥିବା ବେଳେ ରବି ଫସଲ ସମୟରେ ୧ ହଜାର ୮୦୦ ଏକର ଜମିକୁ ପାଣି ମଡ଼ାଯାଇଥାଏ। ହେଲେ ଡ୍ୟାମ୍‌ରେ ବର୍ତ୍ତମାନ ପାଣି ନଥିବାରୁ ଖରିଫ ସମୟରେ ଧାନକ୍ଷେତ ଶୁଖିଲା ପଡ଼ିଛି। ଡ୍ୟାମ୍‌ ଶୁଖିଲା ପଡ଼ିଥିବାରୁ ସ୍ଥାନୀୟ ଯୁବକମାନେ ସେଠାରେ କ୍ରିକେଟ୍‌ ଖେଳୁଛନ୍ତି। ଚଳିତ ରବି ଫସଲ ସମୟରେ ମଧ୍ୟ ଚାଷୀଙ୍କୁ ପାଣି ମିଳିବନି ବୋଲି ଏକପ୍ରକାର ସୁନିଶ୍ଚିତ। ଡ୍ୟାମ୍‌ରେ ପାଣି ଥିବାବେଳେ ଅନେକ ବିଦେଶୀ ପକ୍ଷୀମାନଙ୍କୁ ଏଠାରେ ଦେଖିବାକୁ ମିଳୁଥିଲା। ହେଲେ ଏଥର ସଭିଁଏ ନିରାଶ ହୋଇଛନ୍ତି। ପାଣି ଶୁଖିଯିବାରୁ ଡ୍ୟାମ୍‌ରେ ପୂର୍ବପରି ଅତିଥି ପକ୍ଷୀମାନଙ୍କର ଆଉ କଳରବ ଶୁଭୁନି।

ପର୍ଯ୍ୟଟକମାନେ ବୋଟିଂ ମଜା ନେବାରୁ ମଧ୍ୟ ବଞ୍ଚିତ। ବଣଭୋଜି ପାଇଁ ଶୀତଦିନେ ଯେଉଁଠି ଗହଳି ଲାଗୁଥିଲା ସେଠାରେ ଆଜି ଖାଁ ଖାଁ ପରିବେଶ। ପାଣି ଶୁଖିଯିବା ଫଳରେ ଏହାର ଫାଇଦା ଉଠାଉଛନ୍ତି ସ୍ଥାନୀୟ ଶିକାରୀ। ଜଳାଶୟକୁ ପାଣି ପିଇବାକୁ ଆସୁଥିବା ଜଙ୍ଗଲୀ ବାରହା ଓ ଅନ୍ୟ ବନ୍ୟଜନ୍ତୁଙ୍କୁ ଅକ୍ଲେଶରେ ଧରି ନେଉଛନ୍ତି। ସେପଟେ ଡ୍ୟାମ୍‌ ଉପରେ ନିର୍ଭର କରୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ ମଧ୍ୟ ହତାଶ ହୋଇ ବସିଛନ୍ତି। ଜଳସଂପଦ ବିଭାଗ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରି। ଡ୍ୟାମ୍‌ର ପୁନରୁଦ୍ଧାର ସହିତ ପରିପାର୍ଶ୍ବିକ ବିକାଶ ହେଲେ ଆଗାମୀ ଦିନରେ ରିଷିଆ ବାଲେଶ୍ବର ଜିଲ୍ଲା ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ହୋଇପାରିବ ବୋଲି ମତ ରଖିଛନ୍ତି ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।