ଧର୍ମ

ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ ୨୦୨୧: ମାର୍ଚ୍ଚ ମାସରେ ମୀନ ରାଶିରେ କରିବେ ପ୍ରବେଶ, ଜାଣନ୍ତୁ କିପରି ରହିବ ଏହାର ପ୍ରଭାବ

ଭୁବନେଶ୍ୱର ୦୨/୦୩: ଭୌତିକ ସୁଖର ଦାତା ଭାବରେ ବିବେଚନା କରା ଯାଉଥିବା ଶୁକ୍ର ଦେବ ମାର୍ଚ୍ଚ ମାସରେ ରାଶି ପରିବର୍ତ୍ତନ କରୁଛନ୍ତି । ମାର୍ଚ୍ଚ ୧୭ ରେ, ଶୁକ୍ର ମୀନ ରାଶିରେ ପ୍ରବେଶ କରିବେ । ଆସନ୍ତା ମାସ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ଶୁକ୍ର, ମୀନ ରାଶିରେ ରହିବେ। ମାର୍ଚ୍ଚ ୧୭, ୨୦୨୧ ରେ ଦିନ ୨ଟା ସମୟରେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ହେବ। ଯଦି ଶୁକ୍ର କୌଣସି କୁଣ୍ଡଳୀରେ ରହିଥାନ୍ତି ତେବେ ସେହି କୁଣ୍ଡଳୀର ବ୍ୟକ୍ତି ବିଶେଷ ମାନଙ୍କୁ ଭୌତିକ ସୁଖର ଆଭାବ ରହି ନଥାଏ । ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶିର ଉପରେ କିପରି ରହିବ?

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଶୁକ୍ର ଏକ ଲାଭଦାୟକ ଗ୍ରହ । ତେଣୁ ଏହି ଗ୍ରହ ପରିବର୍ତ୍ତନ ଦ୍ୱାରା ସେମାନଙ୍କର କାର୍ଯ୍ୟ ହେଉ କିମ୍ବା ବ୍ୟବସାୟ ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ ହେବେ ।

ବିଛା: ବିଛା ରାଶି ପାଇଁ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ଶୁଭ ଫଳାଫଳ ଆଣିବ। ଏହି ଯାତକର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବ୍ୟବସାୟ ଏବଂ ବିନିଯୋଗରେ ଅନେକ ସଫଳତା ମିଳିବ ।

କନ୍ୟା: କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଭଲ ରହିବ । ଆପଣଙ୍କ କାର୍ଯ୍ୟକୁ ଲୋକମାନେ ପ୍ରଶଂସା କରିବେ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଲାଭ ଯୋଗ ରହିବ ।

କର୍କଟ: କର୍କଟ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଧନ ମାମଲାରେ ଶୁଭ ଫଳ ପ୍ରାପ୍ତ ହେବ । ଚାକୀରି କ୍ଷେତ୍ରରେ ଲାଭବାନ ହେବେ ।

ବୃଷ: ବୃଷ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଶୁକ୍ରଙ୍କର ଏହି ପରିବର୍ତ୍ତନ ଶୁଭ ଫଳାଫଳ ଦେବ । ଚାକିରୀ କ୍ଷେତ୍ରରେ ପ୍ରଶଂସା ପାଇବେ । ବ୍ୟବସାୟରେ ମଧ୍ୟ ଶୁଭଫଳ ପାଇବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ