କଳା ଓ ସଂସ୍କୃତି ରାଜ୍ୟ

ଶୁକଶାରି ମନ୍ଦିର ନିକଟରେ ଖନନ: ଜଗମୋହନରୁ ଠାବ ହେଲା ପ୍ରାଚୀନ କଳାକୃତି

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର ନିକଟ‌ରେ ମାଟି ତଳେ ପୋତି ହୋଇ ରହିଥିବା ମନ୍ଦିରକୁ ଉଦ୍ଧାର ଲାଗି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଖନନ କାର୍ଯ୍ୟ ଚାଲିଛି। ପୂର୍ବରୁ ବାହାରିଥିବା ଜଗମୋହନ ପାଖରୁ ଆଜି ପ୍ରାଚୀନ କାଳର ଆଉ ଦୁଇଟି ଭାସ୍କର୍ଯ୍ୟକୁ ଠାବ କରାଯାଇଛି। ଗୋଟିଏ ପଥର ଖଣ୍ଡରେ ରାମଚନ୍ଦ୍ର, ହନୁମାନ ଓ ବାନର ସେନାଙ୍କ ଖୋଦିତ ମୂର୍ତ୍ତି ରହିଥିବା ବେଳେ ଅନ୍ୟଟିରେ ରାଜାଙ୍କ ସ୍ନାନ ସମୟର ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ଜଗମୋହନ ଅଂଶରେ ଏହା ଦେଖିବାକୁ ମଳିଛି। ଉକ୍ତ କାରୁକାର୍ଯ୍ୟ ପ୍ରାୟ ୧୪ଶହ ବର୍ଷ ତଳର ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଶୁକଶାରି ମନ୍ଦିରର ପୂର୍ବ ପାର୍ଶ୍ବରେ ଗୌରୀଶଙ୍କର ମନ୍ଦିର ଆଡ଼କୁ ଖନନ ବେଳେ ଏହା ଉଦ୍ଧାର ହୋଇଥିଲା। ଏ ସଂପର୍କରେ ପ୍ରତ୍ନତତ୍ତ୍ବବିତ୍‌ ମାନସ କୁମାର ସାହୁ କହିଛନ୍ତି, ଜଗମୋହନରେ ଏପରି ବିଭିନ୍ନ କଥାବସ୍ତୁ ବର୍ଣ୍ଣନା ଥିବା ମୂର୍ତ୍ତି ରହିଥାଏ। ଏହାକୁ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି।

କିଛି ଦିନ ତଳେ ଏଠାରୁ ଆଉ ଏକ ମୂର୍ତି ଉଦ୍ଧାର କରାଯାଇଥିଲା। ଉକ୍ତ ମୂର୍ତ୍ତିକୁ କିଛି ଲୋକ ରାବଣ ମୂର୍ତ୍ତି ବୋଲି କହୁଥିବା ବେଳେ କେହି କେହି ପାର୍ଶ୍ବଦେବତା ବୋଲି କହୁଛନ୍ତି। ଏଏସ୍ଆଇ କର୍ମଚାରୀ ଶୁକଶାରି ନିକଟରେ ଖନନ ବେଳେ ପୂର୍ବ ଦିଗରୁ ମାଟି ବାହାର କରିବା ବେଳେ ଏହା ଦେଖିବାକୁ ମିଳିଥିଲା। ତାହା ଷଷ୍ଠ ଶତାବ୍ଦୀର ପୁରାତନ ମନ୍ଦିର ଓ ଏହି ପଥର ପୁରାତନ ମନ୍ଦିରର ଜଗମୋହନ ବୋଲି ଏଏସ୍ଆଇ ପ୍ରତ୍ନତତ୍ତ୍ବବିତ୍‌ ପି.କେ ନାୟକ କହିଛନ୍ତି। ପ୍ରକାଶ ଥାଉକି, ଏକାମ୍ର ବିକାଶ କାର୍ଯ୍ୟ ଆରମ୍ଭ ପରେ ଏଏସ୍ଆଇ ପକ୍ଷରୁ ୨୦୨୦ ମସିହାରୁ ଶୁକଶାରି ମନ୍ଦିର ଆଖପାଖ ଖନନ କାର୍ଯ୍ୟ କରାଯାଉଛି। ମାଟି ତଳୁ ଅନେକ ପ୍ରାଚୀନ ଭାସ୍କର୍ଯ୍ୟର ସନ୍ଧାନ ମିଳୁଛି। ଗତବର୍ଷ ଡିସେମ୍ବର ୧୨ ତାରିଖରେ ଏଠାରେ ଖନନ କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ନୂତନ ମନ୍ଦିର ଉଦ୍ଧାର ହୋଇଥିଲା। ଉକ୍ତ ମନ୍ଦିରଟି ପଶ୍ଚିମମୁହାଁ ହୋଇ ରହିଥିଲା। ସେହିପରି ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଅନ୍ୟ ଗୋଟିଏ ମନ୍ଦିର ଉଦ୍ଧାର ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,