ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶୀତ ଦିନେ ନିଅନ୍ତୁ ପାଦର ଯତ୍ନ

ଶୀତ ଋତୁର ଆରମ୍ଭରୁ ହିଁ ଅଧିକାଂଶଙ୍କ ପାଦ ଫଟା ସମସ୍ୟା ଦେଖାଦିଏ। ଏଣୁ ଏଥିପ୍ରତି ଯତ୍ନବାନ୍ ହେବା ଆବଶ୍ୟକ। ନିୟମିତ ଭାବେ ପାଦରେ ସକାଳ ଓ ସଞ୍ଜରେ ମଏଶ୍ଚରାଇଜର୍ ଲଗାନ୍ତୁ। ଏହା ପାଦକୁ କୋମଳ ରଖିବା ସହ ପାଦ ଫଟାକୁ କମ୍ କରିଥାଏ ।


ଘରେ ମୋଜା ପିନ୍ଧି ଚଳପ୍ରଚଳ କରନ୍ତୁ। ଏପରି କରିବା ଦ୍ୱାରା ପାଦରେ ଧୂଳିମଳି ନ ଲାଗିବା ସହ ଫଟା ମଧ୍ୟ ହୁଏନାହିଁ।
ସପ୍ତାହରେ ଥରୁଟିଏ ଉଷୁମ ପାଣିରେ ପାଦ ବୁଡ଼ାଇ ରଖିବା ଉଚିତ। ,ଏହା ଦ୍ୱାରା ପାଦକୁ ଆରାମ ମିଳିଥାଏ।
୮ ରୁ ୧୦ ଗିଲାସ ପାଣି ପିଇବା ଦ୍ୱାରା ଶରୀରକୁ ଉତ୍ତମ ପୋଷଣ ମିଳେ, ଯାହା ଦ୍ୱାରା ତ୍ୱଚା ଶୁଷ୍କ ହୁଏନାହିଁ । ପାଣି ଅଭାବରେ ହିଁ ଓଠ, ପାପୁଲି ଓ ପାଦରୁ ଚମ ଛାଡ଼େ ।
ଶୀତଦିନେ ପାଦ ନିମନ୍ତେ ଉଷୁମ ପାଣି ଚିକିତ୍ସା ଖୁବ୍ ଉପକାରୀ । ବିଶେଷଜ୍ଞଙ୍କ ମତରେ ପାଦ ଫାଟି ରକ୍ତ ବାହାରୁଥିଲେ ମଧ୍ୟ ଏଇ ଉପାୟ ଅବଲମ୍ବନ କରିବା ଉଚିତ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ