ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତଳ ଷଷ୍ଠୀ ଯାତ୍ରା: ବିରାଟ ପଟୁଆରରେ ଯାଇ ମୁଖ୍ୟ ଦେବାଦେବୀଙ୍କୁ ନିମନ୍ତ୍ରଣ କଲେ ନୃସିଂହ ମହାପ୍ରଭୁ

ସମ୍ୱଲପୁର ୦୨/୦୬: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁଷ୍ଠିତ ହୋଇଯାଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ବା ନୃସିଂହ ନିଉତା । ଦେବ ଦେବ ମହାଦେବଙ୍କ ବାହାଘର ପାଇଁ ବିମାନରେ ବିଜେ କରି ନୃସିଂହ ମହାପ୍ରଭୁ ନିମନ୍ତ୍ରଣରେ ବାହାରିଥିଲେ । ସମ୍ବଲପୁର ସହରର ମୁଖ୍ଯ ଦେବାଦେବୀଙ୍କୁ ବାହାଘର ନିମନ୍ତ୍ରଣ ଦେଇଛନ୍ତି ନୃସିଂହ ମହାପ୍ରଭୁ ।

ବିରାଟ ପଟୁଆରରେ ବାହାରି ପଇତା, ଗାମୁଛା, ଗୁଆ, ହଳଦୀ, ମିଠା ନେଇ ନିମନ୍ତ୍ରଣ ଦେଇଛନ୍ତି ନୃସିଂହ ମହାପ୍ରଭୁ । ମହାଦେବ ଓ ମାତା ପାର୍ବତୀଙ୍କ ଦେବ ବିବାହର ନିମନ୍ତ୍ରଣର ଗୁରୁଦାୟିତ୍ୱ ଭଗବାନ ବିଷ୍ଣୁ ନେଇଛନ୍ତି । ଏହି କ୍ରମରେ ତାଙ୍କର ଅନ୍ୟତମ ଅବତାର ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ବୁଧବାର ରାତ୍ର ପ୍ରାୟ ୯ଟାରେ ଏକ ସୁସଜ୍ଜିତ ରଥରେ ରଥାରୁଢ ହୋଇ ବିଭିନ୍ନ ମନ୍ଦିରକୁ ଯାଇ ସମସ୍ତ ଦେବତା ଓ ଦେବୀମାନଙ୍କୁ ବିବାହର ନିମନ୍ତ୍ରଣ ପ୍ରଦାନ କରିଛନ୍ତି ।

ବାଲୁଙ୍କେଶ୍ୱର ମନ୍ଦିରରେ ଶ୍ରୀ ନୃସିଂହ ମହାପ୍ରଭୁ ସେବକ ଅରୁଣକାନ୍ତି ମିଶ୍ର, ଚକ୍ରଧର ମିଶ୍ର, ଆଶୁତୋଷ ମିଶ୍ର, ଆଭାଶିଷ ମିଶ୍ର, ଅବିନାଶ ମିଶ୍ର ଓ ଅଶୋକ ପାଣି ଆଭୂଷଣ ଓ ଅଳଙ୍କାରରେ ସଜ୍ଜିତ କରି ପୂଜାର୍ଚ୍ଚନା କରିଥିଲେ । ଏହା ପରେ ପରିସରରେ ଥିବା ପାଶ୍ୱର୍ ଦେବାଦେବୀଙ୍କୁ ପ୍ରଥମେ ନିମନ୍ତ୍ରଣ କରିଥିଲେ ନୃସିଂହ ମହାପ୍ରଭୁ ।

ପରେ ବରିହା ମନ୍ଦିର, ବ୍ରହ୍ମପୁରା ମନ୍ଦିର, କଂସଲେଇ ମନ୍ଦିର, ସତ୍ୟବାଦୀ, ମଦନମୋହନ, ଲିଆଖାଇ, ବାଟମଙ୍ଗଳା, ଭୁବନେଶ୍ୱରୀ, ହନୁମାନ, ରାଧାକୃଷ୍ଣ, ଦଧିବାବନ ଇତ୍ୟାଦି ମନ୍ଦିର ଗୁଡିକୁ ଯାଇ ଦେବାଦେବୀ ମାନଙ୍କୁ ଗୁଆ, ନଡିଆ ଓ ମିଷ୍ଟାନ୍ନ ପ୍ରଦାନ କରି ମହାଦେବ ଓ ପାର୍ବତୀଙ୍କର ଲୌକିକ ବିବାହ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ନିଉତା ଶୋଭାଯାତ୍ରାରେ ପାରମ୍ପରିକ ଘଣ୍ଟ, ଶଙ୍ଖ, ବିରକାଳି, ଦୁଲଦୁଲି, ଧମାଲ ବାଦ୍ୟ ସାମିଲ ହୋଇଥିଲା ।

ଏହି ରୀତି ପାଳନ ସମୟରେ ବରପିତା ରାମଚରଣ ମିଶ୍ର, ସଭାପତି ପ୍ରଶାନ୍ତ କୁମାର ବରାଇ, ସମୀର ରଞ୍ଜନ ବାବୁ, ପ୍ରଭୁଦତ୍ତ ପଣ୍ଡା, ଆଶିଷ ବାବୁ, ଚକ୍ରଧର ନାୟକ, ସନତ ନନ୍ଦ, ଅଚ୍ୟୁତ ମିଶ୍ର, ଫଣି ଭୂଷଣ ମିଶ୍ର, ପ୍ରଫୁଲ୍ଲ ହୋତା, ଅମୂଲ୍ୟ ମିଶ୍ର, ସନ୍ତୋଷ ମିଶ୍ର, ଭୁବନ ମୋହନ ମିଶ୍ର, ଜିତେନ୍ଦ୍ର ନନ୍ଦ, ରିଙ୍କୁ ମିଶ୍ର, ମାନସ ରଥ, ସୁଶ୍ରୀତ ମିଶ୍ରଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଗୁରୁବାର ସକାଳେ ସମୟରେ ମାଁ ସମଲେଶ୍ୱରୀ ମନ୍ଦିର, ମାଁ ପାଟଣେଶ୍ୱରୀ ମନ୍ଦିର, ଶ୍ରୀ ସୋମନାଥ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଦୁର୍ଗାପାଲୀର ଶ୍ରୀ ଦୁର୍ଗା ମନ୍ଦିର କୁ ଦେବ ବିବାହ ପାଇଁ ନିମନ୍ତ୍ରଣ ଦିଆଯିବ । ଅପରପକ୍ଷେ,ଶୁକ୍ରବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହେବ । ଶନିବାର ରାତିରୁ ସମସ୍ତ କମିଟିର ବରଯାତ୍ରୀ ଶୋଭାଯାତ୍ରା ବାହାରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ